ଛେଳିଗଡ଼ ପ୍ରକଳ୍ପ ଦ୍ୱାରା ବିସ୍ଥାପିତଙ୍କ ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଛେଳିଗଡ଼ ମଧ୍ୟମ ଜଳ ପ୍ରକଳ୍ପ ଦ୍ବାରା ବିସ୍ଥାପିତଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାରମ୍ବାର ବୈଠକ ସତ୍ତ୍ୱେ ସମସ୍ୟାର ସମାଧାନ ହୋଇ ପାରୁନାହିଁ।ଜମି ଗ୍ରହଣ ଗ୍ରହଣର ୪ବର୍ଷ ବିତିଗଲାଣି ତଥାପି ବିସ୍ଥାପିତଙ୍କୁ ଥଇଥାନ ସହ କ୍ଷତିପୂରଣ ମିଳିନାହିଁ। ଗତ ଜୁଲାଇ ୨୬ରେ ଏହିପରି ବୈଠକ ବସିଥିଲା। ଉକ୍ତ ବୈଠକରେ ଦିଆଯାଇଥିବା ପ୍ରତିଶ୍ରୁତି ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏଣୁ ବିସ୍ଥାପିତ ହୋଇଥିବା ତିଲିଗାଁ, କାକିଲି, ଚଡେୟାପଦା, ବୁଗୁବା, ବିଦ୍ୟାଧରପୁରର ଗ୍ରାମର ବିସ୍ଥାପିତ ଲୋକେ ଏଥିରେ ଯୋଗ ଦେଇଥିଲେ। ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ବୀରେନ୍ଦ୍ର ଜଗତଙ୍କ ସହ ସମିତି ସଭ୍ୟ ପୂର୍ଣ୍ଣଚନ୍ଦ୍ର ଗମାଙ୍ଗ, ଜିଲ୍ଲା ପରିଷଦ ଯମୁନା | ଦଳବେହେରା ବିସ୍ଥାପିତ ଆବାହକ ସଭାପତି ଚୈତନ୍ୟ ସାହୁ ମିଳିତ ଭାବରେ ଆଲାଚନା କରି ପ୍ରତିଶ୍ରୁତି ପାଇ ସମୟକୁ ଅପେକ୍ଷା କରିଛନ୍ତି। ଯଦି ଏହି ପ୍ରତିଶ୍ରୁତି ପ୍ରତିଶ୍ରୁତି ପ୍ରଶାସନ ରକ୍ଷା ନ କରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଗ୍ରାମ ସମିତିର ସଭାପତି ଚୈତନ୍ୟ ସାହୁ ସୂଚନା ଦେଇଛନ୍ତି।