ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ଗଣେଶ ପୂଜା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଳକର ବିଭିନ୍ନ ଅଞ୍ଚଳରେ ଥିବା ସ୍କୁଲ, କଲେଜ ଓ ଅନୁଷ୍ଠାନ ମାନଙ୍କ ନଙ୍କରେ ପ୍ରଭୁ ଗଜାନନଙ୍କ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଶାସଙ୍ଗ ହାଇସ୍କୁଲ, ହାଟଡିହି ହାଇସ୍କୁଲ, ବଞ୍ଚୋ ବରାହୀ ହାଇସ୍କୁଲ, ଶାଳଣିଆଁ ହାଇସ୍କୁଲ, କଳିଗାଁ ହାଇସ୍କୁଲ, ନନ୍ଦିପଦାହାଟ ହାଇସ୍କୁଲ, ଢ଼େଙ୍କା ହାଇସ୍କୁଲ, ମୁଗୁପୁର ହାଇସ୍କୁଲ, ବାଙ୍ଗୋର ବିପି ହାଇସ୍କୁଲ, ସେଣ୍ଟ ଜାଭିୟର ହାଇସ୍କୁଲ ଚଣ୍ଡୀ ବିରଞ୍ଚିପୁର, ହାଟଡିହି କଲେଜ, ବିଶ୍ୱତାରିଣୀ ମହିଳା ମହାବିଦ୍ୟାଳୟ, ବଉଳା କଲେଜ ସୋସୋ, ଅଁରା ବଜରଙ୍ଗୀ ୟୁଥ କ୍ଳବ କ୍ଲବ, ବଉଳାଶୁଣୀ କ୍ଲବ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ବିଦ୍ଯାଦାତା ପ୍ରଭୁ ଗଜାନନଙ୍କ ପୂଜା ହୋଇଯାଇଛି । ଶାସଙ୍ଗ ହାଇସ୍କୁଲ ଠାରେ ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ଵାଳଙ୍କ ସଂଯୋଜନାରେ ଅନୁଷ୍ଠିତ ପୂଜାରେ ଛାତ୍ରଛାତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି ପୂଜାରେ ସାମିଲ ହୋଇଥିବା ଦେଖୁବାକୁ ମିଳିଥିଲା। ସେଣ୍ଟ ଜାଭିୟର ହାଇସ୍କୁଲରେ ସଭାପତି ଉଦୟନାଥ କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପୂଜାରେର ଟ୍ରଷ୍ଟି ସୁରେନ୍ଦ୍ର କର, ଉପାଧ୍ଯକ୍ଷ ଗୋଲକ ବିହାରୀ ସାହୁଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ । ଅଁରା ଗ୍ରାମର ବଜରଙ୍ଗୀ ୟୁଥ କ୍ଲବ ପକ୍ଷରୁ ପ୍ରଭୂ ଗଜାନନଙ୍କ ପୁଜା କରାଯାଇଛି। ଏଥିପାଇଁ ଗ୍ରାମଟି ଉତ୍ସବ ମୁଖରିତ ହୋଇ ଉଠିଛି। ପୁଜା ମଣ୍ଡପକୁ ସୁସଜ୍ଜିତ ତୋରଣ ରେ ସଜ୍ଜିତ କରିଥିବା ବେଳେ ବିଭିନ୍ନ ରଙ୍ଗିନ ଆଲୋକ ମାଳାରେ ସୁଶୋଭିତ କରଯାଇଛି। ସନ୍ତୋଷ ପରିଡା, ସାଗର ରାଉତ, ଶିବ ପ୍ରସାଦ ରାଉତ, ପ୍ରିୟ ରଞ୍ଜନ ରାଜ, ଶକ୍ତିଧର ରାଉତ, ରାଜେନ୍ଦ୍ର ଖଣ୍ଡେଇ, ବିକନ ବେହେରା, ଧବଳେଶ୍ଵର ବେହେରା, ମହେଶ୍ୱର ଆଇଚ, ସୁରେଶ ବାରିକ, ଶିବ ସୁତାର, ସୌମ୍ୟ ରଂଜନ ରାଜ, ସୁଶିଲ ବେହେରା, ରାଜା ନାୟକ ପ୍ରମୁଖ କ୍ଲବ ସଦସ୍ୟମାନେ ଏହି ପୂଜାରେ ସାମିଲ ହେଇଛନ୍ତି।


