ରଜତ ଏବଂ ସରୋଜ ଭାତୃଦ୍ୱୟ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସମ୍ମାନୀତ ହେଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡିର ସ୍ୱନାମଧନ୍ୟ ଶିକ୍ଷକ ସ୍ୱର୍ଗତ ଗୌରାଙ୍ଗ ପାଣିଗ୍ରାହୀଙ୍କ ଦୁଇ ସୁପୁତ୍ର ଡ. ରଜତ କୁମାର ପାଣିଗ୍ରାହୀ ଏବଂ ଡ. ସରୋଜ କୁମାର ପାଣିଗ୍ରାହୀଙ୍କୁ ଭୁବନେଶ୍ୱର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶା ପାଇଁ ରଜତ ଏକ ନୂତନ ଆବିଷ୍କାର କରିଥିବା ଯୋଗୁ ଏବଂ ସରୋଜ ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରରେ ରାମଲାଲଙ୍କ ସୂର୍ଯ୍ୟ ତିଲକର କିରଣ ପ୍ରତିଫଳିତ କରିଥିବା ଯୋଗୁ ମୁଖ୍ୟମନ୍ତ୍ରୀ ସରୋଜଙ୍କୁ ଭାରତ ଗୌରବ ସଂମ୍ମାନରେ ସମ୍ମାନୀତ କରିଥିବା ସୂଚନା ମିଳିଛି. 2 ଭାଇଙ୍କ ଏଭଳି ସମ୍ମାନ ଗଜପତି ଜିଲ୍ଲା ପାଇଁ ଗର୍ବ ଓ ଗୌରବର କାରଣ ହୋଇପାରିଛି. ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ.ରଜତ କୁମାର ପାଣିଗ୍ରାହୀଙ୍କୁ ଗତ ରାଜ୍ୟସ୍ତରୀୟ ୭୮ତମ ସ୍ୱାଧିନତା ଦିବସରେ ଭୂବନେଶ୍ୱର ଠାରେ ମୁଖ୍ଯମନ୍ତ୍ରୀ ସମ୍ମାନୀତ କରିଥିଲେ। ସେ ନିଜ ଉତ୍କର୍ଷତା ପ୍ରତିପାଦନ କରି ନିଜ ଅନୁଷ୍ଠାନକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ପାରିଛନ୍ତି। ଯାହାକି ବ୍ୟବହାର ହୋଇପାରୁ ନଥିବା ଗାଡିର ଯନ୍ତ୍ରପାତି ଗୁଡିକୁ ବ୍ୟବହାରଯୋଗ୍ୟ ଏବଂ ଲାଭଦାୟକ କରାଇବାରେ ପ୍ରମୁଖ ଭୂମିକା ସଂପାଦନ କରିପାରିଛନ୍ତି। ତାହାଛଡା ନିଜ ଶିକ୍ଷା ଅନୁଷ୍ଠାନକୁ ଏକ ମ୍ୟୁଜିୟମର ସ୍ୱରୂପ ପ୍ରତିପାଦନ କରିପାରିଛନ୍ତି. ସେହିପରି ରୁରକିର ସେଣ୍ଟ୍ରାଲ ବିଲ୍ଡିଂ ରିସର୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଡ. ସରୋଜ କୁମାର ପାଣିଗ୍ରାହୀ ନିଜର ବିରଳ ପ୍ରତିଭା ପ୍ରତିପାଦନ କରି ଅଯୋଧ୍ୟା ରାମଲାଲା ଠାରେ ସୂର୍ଯ୍ୟତିଳକର କିରଣ ପ୍ରତିଫଳିତ କରି ଏକ ଅସମ୍ଭବକୁ ସମ୍ଭବ କରି ଜାତୀୟ ସ୍ତରରେ ଗୌରବ ଲାଭ କରିପାରିଛନ୍ତି। ମୁଖ୍ୟମନ୍ତ୍ରୀ ଏକ ସ୍ୱତନ୍ତ୍ର ଉତ୍ସବରେ ଭୂବନେଶ୍ୱରସ୍ଥିତ ଭାରତ ଗ୍ରୁପ ଦ୍ବାରା ଆୟୋଜିତ ଏକ ସମାବେଶରେ ସରୋଜଙ୍କୁ “ଭାରତ ଗୌରବ” ସମ୍ମାନରେ ସମ୍ମାନୀତ କରିଛନ୍ତି । ଉଭୟ ଭାତୃ ଦ୍ୱୟଂକ ବିରଳ ସମ୍ମାନ ପାଇ ଗଜପତି ଜିଲ୍ଲା ଓ ପାରଳାଖେମୁଣ୍ଡି ପାଇଁ ଗର୍ବ ଓ ଗୌରବର କାରଣ ସାଜିଥିବା ଯୋଗୁ ଜିଲ୍ଲାର ସବୁ ବର୍ଗର ଜନ ସାଧାରଣ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ