ଓରାଳି ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଓରାଳି ସ୍ଥିତ ଗୋପାଳ ଚନ୍ଦ୍ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନିଲ କୁମାର ସିଂ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ହାଟଡିହି ଏବିଇଓ ପ୍ରମୋଦ କୁମାର ଜେନା , ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବି.ଆର.ସି.ସି. ବିନୋଦ କୁମାର ରାଉତ, ବିଜ୍ଞାନ ଶିକ୍ଷକ ମାଧବାନନ୍ଦ ଜେନା ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସରରେ ୪୬ ଟି ବିଦ୍ୟଳୟର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ବିଭିନ୍ନ ପ୍ରକାରର ବିଜ୍ଞାନ ପ୍ରକଳ୍ପ ର ନମୁନା ଦେଖାଇଥିଲେ l ବିଚାରକ ଭାବେ ବନ୍ତ କଲେଜ ଅଧ୍ୟାପକ ଅଜିତ କୁମାର ଦାସ, ଓରାଳି ସୁବାସ ଚନ୍ଦ୍ର +୨ ବିଜ୍ଞାନ କଲେଜର ଅଧ୍ୟାପକ ପରେଶ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଥମ, ଦ୍ୱିତୀୟ, ତୃତୀୟ ପିଲା ମାନଙ୍କୁ ଚୟନ କରିଥିଲେ l ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାର ପାଇଁ ଗୋପୀନାଥ ଜୀଉ ସରକାରୀ ଉଚ୍ଚ ବିଦ୍ୟାଳୟ ଆମ୍ବୋର ସୁଭସ୍ମିତା ପରିଡା, ଓଏଭି ସୁନ୍ଦରାପାଳର କୌସ୍ତୁଭ ପଣ୍ଡା, ହାଟଡିହି ହାଇସ୍କୁଲର ସ୍ୱସ୍ତିକ ଶୁଭଙ୍କର ସ୍ୱାଇଁ ପ୍ରମୁଖଙ୍କୁ ମନୋନୀତ କରିଥିଲେ l ଶିକ୍ଷକ ଅନୁସୟା ପାତ୍ର, ସବିତା ବିଶ୍ବାଳ, ସହଦେବ ପରିଡ଼ା ଜୟଶ୍ରୀ ଜେନା, ଅକ୍ଷୟ କୁମାର ସାହୁ, ସଞ୍ଚିତା ବେଗମ, ସ୍ୱାତି ସୁରଚିତ ବେହେରା ଜନ୍ମଜୟ ବେହେରା, ଦୁର୍ଯୋଧନ ଜେନା, ଜ୍ୟୋତିରମୟୀ ବେହେରା, ବିଦୁଲତା ଦାସଙ୍କ ସମତେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l


