ଗୁରୁ ଭଗବାନ ସାହୁଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ପ୍ରସ୍ତୁତି ବୈଠକ
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଏ.ଇ.ଏମ .ସ୍କୁଲ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଡ଼. ତପସ୍ବୀନୀ ଗୁରୁ ଙ୍କ ସଭାପତିତ୍ବରେ ତଥା ସଂପାଦକ ସନ୍ତୋଷ ପଣ୍ଡା ଙ୍କ ସଂଯୋଜନା ରେ ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଆସନ୍ତା ୨୦ ତାରିଖ ରେ ହେବାକୁ ଥିବା ୨୪ ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି !ବରିଷ୍ଠ କଳାକାର ଦଧିବାବନ ଶତପଥୀ, ବିଶିଷ୍ଟ ସାହିତ୍ୟିକ ମନୋରଞ୍ଜନ ମେହେର ମଞ୍ଚାସିନ ଥିଲେ !ଲୁଲୁ ରବିନ ଦାସ ଙ୍କ ଆବାହକତ୍ବରେ ଯୁଗଳ ପ୍ରସାଦ ସିଂ, କୃଷ୍ଣ ଚନ୍ଦ୍ର ପଣ୍ଡା,ପଞ୍ଚାନନ ବାରିକ, ଅଚ୍ୟୁତା ନନ୍ଦ ବାରିକ,ନୂରାବତୀ ସାହୁ, ସନ୍ତୋଷିନୀ ଦାଶ, ସଂଘମିତ୍ରା ପଟେଲ,ସଂଗୀତା ଦୀପ,ବୃନ୍ଦାବତୀ କୁମ୍ଭାର, ଉଦ୍ଧବ ବେହେରା,ସନ୍ତୋଷିନୀ ନାଗ, ଶୀବାନନ୍ଦ ମଟାରୀ, ବିମଳ କୃଷ୍ଣ ମିଶ୍ର, ସାରଥୀ ମେହେର,ଅଶୋକ ପସାଏତ,ମନୋଜ ବାଗ,ମାନସ ରଞ୍ଜନ ଦାଶ, ଓ ଆହୁରି ଅନେକ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ !ଆସନ୍ତା ୨୦ ତାରିଖ ବୁଧବାର ଦିନ ୧୦ ଘଣ୍ଟା ସମୟରେ ସ୍ଥାନୀୟ ଏ.ଇ.ମ୍. ସ୍କୁଲ ସମ୍ମିଳନୀ କକ୍ଷରେ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳନ କରାଯିବ ବୋଲିି ପ୍ରସ୍ତାବ ଗୃହୀତ ହୋଇଥିଲା !ଏହା ପୂର୍ବରୁ ସମାଜସେବୀ ଅଜିତ୍ ସିଂ ସୈନୀ ଙ୍କ ବିୟୋଗରେ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା !


