ପିପୁଲସ କଲେଜରେ ୭୬ ତମ ଏନସିସି ଦିବସ ପାଳିତ

ବୁଗୁଡା, (ଅନିଲ କୁମାର ମହାରଣା):ବିଶ୍ବର ବୃହତ୍ତମ ୟୁନିଫର୍ମ ଯୁବ ସଙ୍ଗଠନ ଏନସିସି, ୧୯୪୮ ମସିହା ନଭେମ୍ବର ମାସ ଚତୁର୍ଥ ରବିବାର ଦିନ ନୂଆଦିଲ୍ଲୀ ଠାରେ ପ୍ରତିଷ୍ଠା ହୋଇଥିଲା। ସେହି ଦିନ ଠାରୁ ପ୍ରତିବର୍ଷ ନଭେମ୍ବର ମାସ ଚତୁର୍ଥ ରବିବାରକୁ ଏନସିସି ଦିବସ ଭାବେ ସମଗ୍ର ଦେଶରେ ପାଳନ ହୋଇଆସୁଅଛି। ସେହି ପରିପ୍ରେକ୍ଷୀରେ ବୁଗୁଡା ପିପୁଲସ କଲେଜରେ ୭୬ତମ ଏନସିସି ଦିବସ ପାଳନ ନଭେମ୍ବର ମାସ ଚତୁର୍ଥ ରବିବାର ୨୪ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। କଲେଜର ଏନସିସି ଅଫିସର ଲେଫନାଣ୍ଟ ଅଜୟ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ୭୬ ତମ ଏନସିସି ଦିବସ ଉପଲକ୍ଷେ ବୁଗୁଡା ପିପୁଲସ୍ କଲେଜର ପ୍ରିନ୍ସପାଲ ପ୍ରଫେସର ହରିକୃଷ୍ଣ ନାୟକ ଏନସିସି ପତାକା ଉତ୍ତୋଳନ କରି ଏନସିସି କ୍ୟାଡେଟ ମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ସେବା ନିବୃତ୍ତ ସାମରିକ କର୍ମଚାରୀ ବୃନ୍ଦ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ୟାରେଡ଼ ପରେ କଲେଜର ପ୍ରିନ୍ସପାଲ ଶ୍ରୀ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଏନସିସି କ୍ୟାଡେଟ ବୃନ୍ଦ ନିଜ ନିଜ ଭାଷଣରେ ଏନସିସିର ଆଦର୍ଶ ଏକତା ଓ ଶୃଙ୍ଖଳା ଉପରେ ଗୁରୁତ୍ୱ ଦେଇଥିଲେ। ସେନାବାହିନୀରେ ଯୋଗଦେଇ ଦେଶସେବା କରିବା ପାଇଁ ଏନସିସି କ୍ୟାଡେଟମାନଙ୍କୁ ଅତିଥିମାନେ ପରାମର୍ଶ ଦେଇଥିଲେ। ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜୁନିୟର ଅଫିସର ମୋନାଲିସା ଜେନା, ଜାତୀୟ ଶିବିରରେ ଯୋଗ ଦେଇଥିବା କ୍ୟାଡେଟ ଦୀପକ କୁମାର ବିଷୋୟୀ ଓ ନିତ୍ୟାନନ୍ଦ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କ୍ୟାଡେଟମାନଙ୍କ ଅଭିଭାବକ ବୃନ୍ଦ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ