ଭତ୍ତା ଓ ରାସନ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ
କୋଦଳା,(ବାପୁନି କୁମାର ମାଲୁ): ବେଗୁନିଆପଡା ବ୍ଲକ ସଭାଗୃହରେ ନୂତନ ଭତ୍ତା ଓ ରାସନ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିଛନ୍ତି କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ । ଏହି ବ୍ଲକରେ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ 301 ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଥିବା ବେଳେ ଡିସେମ୍ବର ମାସରୁ ଏହି ଭତ୍ତା ମିଳିବ । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମୋଟ 2072ଜଣ ନୂତନ ହିତାଧିକାରୀଙ୍କୁ ରାସନ କାର୍ଡ ବଣ୍ଟନ କରାଯାଇଛି । ଚଳିତ ମାସରୁ ଏମାନଙ୍କୁ ରାସନ ମିଳିବ । ବ୍ଲକ ଅଧକ୍ଷା ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼ ଉପାଧ୍ୟକ୍ଷ ସୁଧାକର ପ୍ରଧାନ, ବିଡ଼ିଓ ସସ୍ମିତା ଶତପଥି ଉପସ୍ଥିତ ରହିଥିଲେ । ଯୋଗ୍ୟ ହିତାଧିକାରୀ ମାନେ ଉପସ୍ଥିତ ରହି କାର୍ଡ ଗ୍ରହଣ କରିବା ସହ ଉତ୍ସାହ ପ୍ରକାଶ କରିଥିଲେ ।ଏ ଵି ଡିଓ ନିରଞ୍ଜନ ବେହେରା,ଯୋଗାଣ ଅଧିକାରୀ ଉମାକାନ୍ତ ସେଠି,ସମାଜ ସେବୀ ଚିତ୍ର ସେନ ପରିଡ଼ା, ଓଵିଏସଏସଓ ଦୁର୍ଗା ପ୍ରସାଦ ପଣ୍ଡା, ସମସ୍ତ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ସମସ୍ତ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।