ଉନ୍ନୟନ ମୁଳକ କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ଗଜପତି,(ଯୁଗାବ୍ଦ ନ୍ୟୁଜ୍‌): ଆଦିବାସୀ ଅଧ୍ୟୁଷିତ ଅଂଚଳକୁ ଗମନାଗମନ ସହ ଶିକ୍ଷା,ଉତ୍ତମ ସ୍ୱାସ୍ଥ୍‌୍ୟ ସେବା ଯୋଗାଇବା ଦେବା ସହ ଉନ୍ନତି ମୁଳକ କାର୍ଯ୍ୟରେ ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କା ଆତ୍ମସାତ ହେଉଥିବା ଅଭିଯୋଗ ହୋଇଛି । ଗଜପତି ଜିଲ୍ଲା ମୋହନାର ଚନ୍ଦ୍ରଗିରି ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ଚାଲୁ ରହିଥିବା ବେଳେ ନିମ୍ନମାନର କାମ ହେଉଥିବା ମଙ୍ଗଳବାର ଅଚାନକ ଗସ୍ତରେ ଆସିଥିବା ଜିଲ୍ଳାର ୨ ପ୍ରମୁଖ ଜନପ୍ରତିନିଧି ଦେଖିବା ପରେ ଅଭିଯୋଗ କରିଛନ୍ତି । ମୋହନା ବିଧାୟକ ଦାଶରଥି ଗମାଙ୍ଗ ,ଓ ଗଜପତି ଜିଲ୍ଳା ପରିଷଦ ଅଧକ୍ଷା ଅନିତା ରାଣି ବେହେରା ଅଭିଯୋଗ କରିଛନ୍ତି । ମୋହନା ବ୍ଲକର କାଳିଆପଟା ଗ୍ରାମରେ ନୂତନ ଭାବେ ଶିଳ୍ପ ତାଲିମ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହି କାର୍ଯ୍ୟରେ ବହୁ ଉନ୍ନୟନ ମୁଳକ କାର୍ଯ୍ୟ ଚାଲିଥିବା ବେଳେ ନିମ୍ନମାନର ସାମଗ୍ରୀ ବ୍ୟବହାର କରିବା ସହ ଠିକାଦାର ନଥାଇ କାର୍ଯ୍ୟ ଚାଲୁରହିଥିବା ବେଳେ ପିଲର ନଥାଇ କାମ ଚାଲିବା ଜନପ୍ରତିନିଧିଙ୍କୁ ଦୁର୍ନିତିର ଗନ୍ଧ ବାରିଥିଲେ । ବିନା ଫଳକ ରେ କୋଟି କୋଟି ଟଙ୍କାର କାମ କରିବା ସହ ନିର୍ମାଣଧିନ ଷ୍ଟାପ କ୍ୱାର୍ଟରର କାମ ନସରୁଣୁ ଫାଟ ଦେଖାଦେଲାଣି । ଅନ୍ୟ ପଟେ ବିନା ଫଳକରେ କୋଟି କୋଟି ଟଙ୍କାର କାର୍ଯ୍ୟ ଚାଲୁଥିବା ବେଳେ ଠିକାଦାର ଓ ବିଭାଗିୟ ଅଧିକାରୀ ମଧୁଚନ୍ଦ୍ରିକାରେ କୋଟି କୋଟି ଟଙ୍କା ଆତ୍ମସାତ କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ସରକାର ତରଫରୁ ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଦୁର୍ନୀତିର ପ୍ରକୃତ ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହା ପ୍ରମାଣିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ