ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ତରଫରୁ ୪୧ ତମ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଧାମନଗର ବ୍ଲକ ଅନ୍ତର୍ଗତ ଝଡ଼େଶ୍ଵର ଉଚ୍ଚ ବିଦ୍ୟାପୀଠ, ଝାରଡ଼ିଆ ଠାରେ ଅନୁଷ୍ଠିତ।ଏହି ବାର୍ଷିକ ଶିଶୁ ଉତ୍ସବ ଅବସରରେ ବିଦ୍ୟାଳୟ ପରିସରରେ ଧାମନଗର ବ୍ଲକ ଓଷ୍ଟା ଶିକ୍ଷକ ସଂଘର ସଭାପତି ପ୍ରଦୀପ୍ତ କୁମାର ବସନ୍ତିଆ ଙ୍କ ସଭାପତିତ୍ବ ଧାମନଗର ବ୍ଲକ ଓଷ୍ଟା ଶିକ୍ଷକ ସଂଘର ସମ୍ପାଦକ ହେମନ୍ତ କୁମାର ସୁତାର ଙ୍କ ସମ୍ପାଦନା ଏବଂ ଝାରଡ଼େଶ୍ୱର ଉଚ୍ଚ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଶିଶିର କୁମାର ମିଶ୍ର ଙ୍କ ପରିଚାଳନା ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଏହି ଉଦ୍ଘାଟନୀ ଉତ୍ସବ ସଭାରେ ମୁଖ୍ୟ ଅତିଥିଭାବେ ଧାମନଗର ବରିଷ୍ଠ ମଣ୍ଡଳ ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ, ମୁଖ୍ୟବକ୍ତା ଭାବେ ଧାମନଗର ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ସତ୍ୟ ସୁନ୍ଦର ପରିଡା, ସଂମ୍ମାନିତ ଅତିଥିଭାବେ ଭଦ୍ରକ ଓଷ୍ଟା ର ପ୍ରାକ୍ତନ ସମ୍ପାଦକ ସାଧୁ ଚରଣ ଷଡ଼ଙ୍ଗୀ, ଗଢିଆଳି ଗ୍ରାମ ପଂଚାୟତ ର ସରପଞ୍ଚ ସରୋଜ କୁମାର ସ୍ୱାଇଁ, ଗଢିଆଳି ଗ୍ରାମ ପଂଚାୟତ ର ସମିତି ସଭ୍ୟ ଅନନ୍ତ କୁମାର ମିଶ୍ର, ଭଦ୍ରକ ଓଷ୍ଟା ର ପ୍ରାକ୍ତନ ସଭାପତି ଗୌରାଙ୍ଗ ଚରଣ ବାରିକ ପ୍ରମୁଖ ଯୋଗ ଦେଇଥିବାବେଳେ ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଓଷ୍ଟା ର କୋଷାଧକ୍ଷ ଅଶୋକ କୁମାର ମହାପାତ୍ର, ମୁଖ୍ୟବକ୍ତା ଭାବେ ରାଜ୍ୟ ଓଷ୍ଟା ର କାର୍ଯ୍ୟକାରୀ ସଦସ୍ୟ ଅକ୍ଷୟ କୁମାର ହୋତା, ସଂମ୍ମାନିତ ଅତିଥି ଭାବେ ଭଦ୍ରକ ଓଷ୍ଟା ର ସମ୍ପାଦକ ପ୍ରଭାତ କୁମାର ପାଣିଗ୍ରାହୀ, ଭଦ୍ରକ ଓଷ୍ଟା ର ଉପସଭାପତି ପର୍ଶୁରାମ ପାତ୍ର, ଭଦ୍ରକ ଓଷ୍ଟା ର ପ୍ରାକ୍ତନ ସମ୍ପାଦକ ପ୍ରଦୀପ୍ତ କୁମାର ଦାସ, ଭଦ୍ରକ ଓଷ୍ଟା ର କାର୍ଯକାରୀ ସଦସ୍ୟ ନିରଞ୍ଜନ ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କବିତା ଆବୃତ୍ତିରେ ନଦିଗାଁ ଉଚ୍ଚ ବିଦ୍ୟାଳୟ ର ଛାତ୍ର ସତ୍ୟଜିତ ନାୟକ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଏହି କାର୍ଯ୍ୟକ୍ରକୁ ଝାରଡେଶ୍ୱର ଉଚ୍ଚ ବିଦ୍ୟାପୀଠ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଜିତ୍ କୁମାର ସ୍ବାଇଁ, ଗଣେଶ ପ୍ରସାଦ ପରିଡ଼ା , ସଞ୍ଜୟ କୁମାର ବେହେରା, ରଞ୍ଜନ କୁମାର ପଣ୍ଡା, ରସ୍ମିବାଳା ପତି, ରଞ୍ଜନ କୁମାର ରାଉତ, ଶୁଭସ୍ମିତା ପ୍ରଧାନ, ଦେବାଶିଷ ବେହେରା,ସନ୍ଧ୍ୟାରାଣି ସାହୁ, ବିଶ୍ଵନାଥ ସାମଲ, ବିଜୟ କୁମାର ରାଉତ, ଶକ୍ତିକାନ୍ତ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ