କରଞ୍ଜିଆ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ସମାରୋହ ପାଳିତ

କରଞ୍ଜିଆ,(ଜିତେନ୍ଦ୍ର ରାଜ):କରଞ୍ଜିଆ ଏନଏସି କଲ୍ୟାଣ ମଣ୍ଡପ ଠାରେ ଆଜି କରଞ୍ଜିଆ ଉଠାଜଳସେଚନ ବିଭାଜନ ପକ୍ଷରୁ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି ସହକାରୀ ନିର୍ବାହୀ ଯନ୍ତ୍ରୀ ବିଭୂପ୍ରକାଶ ମହାନ୍ତ ଙ୍କ ମଞ୍ଚ ପରିଚାଳନା ଓ ଉଠାଜଳସେଚନ ବିଭାଜନ ଅଧିକ୍ଷଣଯନ୍ତ୍ରୀ ବିକ୍ରମାଦିତ୍ୟ ପାଣିଗ୍ରାହୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ସମ୍ମାନିତ ଅତିଥି ରୂପେ ସହକାରୀ ଜିଲ୍ଲାପାଳ ବେଦବ୍ୟାସ ଭୋଇ,କେନ୍ଦୁଝର ସାଂସଦଙ୍କ ପ୍ରତିନିଧି ନିହାରିକା ଦାସ,ବରିଷ୍ଠ କୃଷକ ନେତା ଭୁବନ ବିହାରୀ ସାହୁ, ସହକାରୀ ଉଦ୍ୟାନ କୃଷି ଅଧିକାରିଣୀ ଲକ୍ଷ୍ମୀପ୍ରିୟା ମଂଚାସୀନ ହୋଇଥିଲେ ସର୍ବପ୍ରଥମେ ଅତିଥି ଙ୍କ ଦ୍ୱାରା ମହାପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପୁଷ୍ପ ମାଲ୍ୟ ଅର୍ପଣ ସହିତ ପ୍ରଦ୍ବୀପ ପ୍ରଜ୍ବଳନ କରିଥିଲେ ସମାରୋହ ରେ ପାଣି ପଞ୍ଚାୟତ ଓ କୃଷି ନିମନ୍ତେ ଆବଶ୍ୟକ ଜଳସେଚନ ବିଷୟ ଏବଂ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା ଅତିଥି ମାନେ ଉପସ୍ଥିତ ଚାଷୀ ଙ୍କୁ ନିଜ ନିଜ ବକ୍ତବ୍ୟ ମାଧ୍ୟମ ରେ ଚାଷୀଙ୍କ ଉନ୍ନତି ନିମନ୍ତେ ସରକାର ଙ୍କ ବିଭିନ୍ନ ଯୋଜନା ର ସୁଫଳ ନେବାକୁ ପରାମର୍ଶ ଦେଇଥିଲେ
କାର୍ଯ୍ୟକ୍ରମ ରେ ଉଠା ଜଳସେଚନ ବିଭାଜନ ର ପାଞ୍ଚପିଢ଼ ଓ ବାମନଘାଟି ଉପଖଣ୍ଡ ଅଞ୍ଚଳର ପାଣି ପଂଚାୟତ ର କର୍ମକର୍ତା ଓ ଚାଷୀ ମାନେ ଉପସ୍ଥିତ ଥିଲେ
ଏହି ଅବସରରେ ବିଭାଗ ପକ୍ଷରୁ ବିଭାଜନ ର ଶ୍ରେଷ୍ଠ ପାଣି ପଞ୍ଚାୟତ ର ସଭାପତି ଓ ସମ୍ପାଦକ ଙ୍କୁ ସମ୍ମାନିତ କରାଯାଇଥିଲା
ବିଭାଗ ପକ୍ଷରୁ ଆୟୋଜିତ ପ୍ରବନ୍ଧ, ଚିତ୍ରାଙ୍କନ, ବକ୍ତୃତା ଓ ଅନ୍ୟ ପ୍ରତିଯୋଗିତା ରେ କୃତି ପ୍ରତିଯୋଗୀ ଙ୍କୁ ଅତିଥି ବୃନ୍ଦ ପୁରସ୍କୃତ କରିଥିଲେ
ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଭିଜିତ କୁମାର ପୂର୍ତ୍ତି, କନିଷ୍ଠ ଯନ୍ତ୍ରୀ ଅନଳ ସେଠୀ, ସଦାନନ୍ଦ ମହାନ୍ତ, କମଳା କାନ୍ତ ବେହେରା, ଭବରଞ୍ଜନ ପରିଡା, କୋଷାଧକ୍ଷ ଅଭିମନ୍ୟୁ ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ
କାର୍ଯ୍ୟକ୍ରମ ପରିଚାଳନା ରେ ସତ୍ୟବ୍ରତ ବାରିକ, ସଞ୍ଜିତ ମହାନ୍ତ, ସୁକାନ୍ତ ସେନାପତି ସହଯୋଗ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ