ଆଖଣ୍ଡଳମଣିଙ୍କୁ ଦର୍ଶନ କଲେ ଯୋଗାଣ ମନ୍ତ୍ରୀ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଓଡିଶା ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୁରୁବାର ଭଦ୍ରକ ଜିଲା ଗ୍ରସ୍ତରେ ଆସିଥିଲେ । ଅପରାହ୍ଣରେ ସେ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିବା ପାଇଁ ଶୈବପୀଠ ଆରଡିରେ ପହଞ୍ଚି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପୀଠର ବିକାଶ ସମ୍ପର୍କରେ ଉପସ୍ଥିତ ଅଧିକାରୀ ଓ ସେବାୟତ ମାନଙ୍କ ସହ ଆଲୋଚନା କରିଥିଲେ । ପୀଠ ପୂର୍ବରୁ ମନ୍ତ୍ରୀ କୁଳେଇପଦାରେ ଥିବା ସାଇନ୍ସପାର୍କ ବୁଲି ଦେଖିଥିଲେ । ନିର୍ମାଣାଧୀନ ପ୍ରକଳ୍ପରେ ବିଭିନ୍ନ ସ୍ଥାନରେ ଫାଟ ଦେଖି ସେ ଉଦବେଗ ପ୍ରକାଶ କରିଥିଲେ । ତୁରନ୍ତ ଏହାର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ କରିବାକୁ ଜିଲାପାଳ ଦିଲୀପ ରାଉତରାଏଙ୍କ ସହ ଆଲୋଚନା କରିଥିଲେ। ଜିଲାପାଳ ଓ ଉପସ୍ଥିତ କେନ୍ଦ୍ର ସରକାରଙ୍କ ଏନ.ସି.ପି.ସି. ଅଧିକାରୀଙ୍କୁ ସାଇନ୍ସପାର୍କ ମରାମତି ଓ ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟର ଦାୟିତ୍ବ ମନ୍ତ୍ରୀ ପ୍ରଦାନ କରିଥିଲେ । ଭଦ୍ରକ ଉପଜିଲାପାଳ ସୌରଭ ଚକ୍ରବର୍ତ୍ତୀ, ଚାନ୍ଦବାଲି ତହସିଲଦାର ଭବତୋଷ ମଲ୍ଲିକ, ବିଡିଓ ସଞ୍ଜିବ କୁମାର ମହାପାତ୍ର, ପୂର୍ବତନ ସରପଞ୍ଚ କିଶୋର ନାୟକ, ସୁନ୍ଦରପୁର ସମିତି ସଭ୍ୟ ଶରତ ବେହୁରିଆ, ଚାନ୍ଦବାଲି ମୁନିସ୍ପାଲ୍ଟି କାଉନ୍ସିଲର୍ ଚନ୍ଦନ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ମଠଡିହ ଛକ ଠାରେ ବିଜେପି ବାବା ଆଖଣ୍ଡଳମଣି ମଣ୍ଡଳ ସଭାପତି ସନ୍ଦୀପ ନାୟକ , ଆରଡି ଭାଜପା ଶକ୍ତି ପ୍ରମୁଖ ଦେବଦତ୍ତ ପାଢୀ, ସୁନ୍ଦରପୁର ଶକ୍ତି ପ୍ରମୁଖ ସଦାଶିବ ମଲିକ, ଓଳଗ ଶକ୍ତି ପ୍ରମୁଖ ଦୀପକ ରଞ୍ଜନ ବିଶ୍ବାଳ, ଭାଜପା ନେତା ଜୀବନା ନନ୍ଦ ପାଢୀ, ସୁବ୍ରତ ବିଳାସ, ନିରାକାର ନାୟକ, ସୁରେଶ ମହାଳିକ, ପ୍ରକାଶ ପାଢୀ, ସୁରଜ ପୁହାଣ, ରାକେଶ ନାୟକ, ରାଧାକାନ୍ତ ପାଢୀ, ଗଣେଶ ପରିଡା, ମଳୟ ନାୟକ, ଶୈଳେନ୍ଦ୍ର ଖଟୁଆ, ସାର୍ଥକ ନାୟକ, ସଞ୍ଜିତ ନାୟକ ପ୍ରମୁଖ ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ