୩ୟ ରାଜ୍ୟସ୍ତରୀୟ କାର୍ଟୁନ୍ ପ୍ରଦର୍ଶନୀରେ ଗଜପତିର ଶେଖର ସମ୍ବର୍ଦ୍ଧିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡ଼ିଶା କାର୍ଟୁନ୍ ଏକାଡେମୀ ପକ୍ଷରୁ ଆୟୋଜିତ ୩ୟ ବାର୍ଷିକ ରାଜ୍ୟସ୍ତରୀୟ କାର୍ଟୁନ୍ ପ୍ରଦର୍ଶନୀରେ ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା କାର୍ଟୁନିଷ୍ଟି ଏମ. ଶେଖର ସମ୍ବର୍ଦ୍ଧିତ ହୋଇଥିବା ସୂଚନା ମିଳିଛି. ଏହି ପ୍ରଦର୍ଶନୀ ଭୁବେନେଶ୍ବରସ୍ଥିତ ଜୟଦେବ ଭବନରେ ଆୟୋଜିତ ହୋଇଥିଲା. କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଶିଷ୍ଟ ଚିତ୍ରଶିଳ୍ପୀ କେଶୁ ଦାସ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଏହାପରେ କାର୍ଟୁନ୍ ଏକାଡେମୀର ସଭାପତି ତଥା ବିଖ୍ୟାତ କାର୍ଟୁନ୍ ଶିଳ୍ପୀ କମଳାକାନ୍ତ ରଥ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ। ‘ପ୍ରମେୟ’ର ସମ୍ପାଦକ ଗୋପାଳ ମହାପାତ୍ର ନିଜର ବକ୍ତବ୍ୟରେ କହିଲେ ଯେ କାର୍ଟୁନ୍ ହେଉଛି ଏମିତି ଏକ ଅସ୍ତ୍ର ଯାହା ଯେତେ ଶକ୍ତିଶାଳୀ ବ୍ୟକ୍ତି ହେଲେ ବି ତା’କୁ ଧରାଶାୟୀ କରିଦିଏ। ସେ କହିଲେ ଯେ କାର୍ଟୁନ୍‌ରେ ଚିତ୍ର ଅପେକ୍ଷା ସେଥିରେ ଗୋଟିଏ ବା ଦେଢ଼ ଧାଡ଼ିରେ ଲେଖାଯାଉଥିବା କ୍ୟାପସନ୍ ଅଧିକ ମହତ୍ତ୍ବ ରଖେ। ‘ସମ୍ବାଦ’ର ସମ୍ପାଦିକା ତନୟା ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଥିଲେଯେ ବୃହତ୍ତର ପାଠକ ସମାଜ ପାଖରେ ପହଞ୍ଚିବା ପାଇଁ କାର୍ଟୁନ୍ ଏକ ସବଳ ମାଧ୍ୟମ। ଏହି ଉପଲକ୍ଷେ ଆୟୋଜିତ ପ୍ରଦର୍ଶନୀରେ ଓଡ଼ିଶାର ୧୮ ଜଣ ବିଶିଷ୍ଟ କାର୍ଟୁନ୍‌ଶିଳ୍ପୀଙ୍କ ଦ୍ବାରା ଅଙ୍କିତ ଉଚ୍ଚକୋଟୀର ଚିତ୍ରମାନ ପ୍ରଦର୍ଶିତ ହୋଇଥିଲା। ଏଥିରେ ଅନ୍ୟମାନଙ୍କ ସହ ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସହ କାର୍ଟୁନ୍‌ଷ୍ଟି ଶେଖରଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା. ଶ୍ରୀ ଶେଖର ଗତ ୪୦ ବର୍ଷ ଧରି ଜଣେ କାର୍ଟୁନ୍‌ଷ୍ଟି ଭାବେ କାର୍ଯ୍ୟ କରି ଆସୁଛନ୍ତି. ଓଡ଼ିଆ, ତେଲୁଗୁ, ଇରାଜୀ ଆଦି ୧୦ ହଜାରରୁ ଉର୍ଦ୍ଧ ପତ୍ରପତ୍ରିକାରେ ତାଙ୍କର କାର୍ଟୁନ୍ ପ୍ରକାଶ ପାଇବା ସହ ଉଚ୍ଚକୋଟିର କାଟୁନ ଯୋଗୁଁ ବହୁ ଥର ସେ ସମ୍ବର୍ଦ୍ଧିତ ହୋଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ