ଗୁରାଣ୍ଡି ମୀନକେତନ କଲେଜରେ ଆତ୍ମ ସୁରକ୍ଷା ତାଲିମ ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଗୁରାଣ୍ଡି ସ୍ଥିତ ମୀନକେତନ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ (କଲେଜ) ଛାତ୍ରୀଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଘାଟନ ହୋଇଛି। ଏହି ଶିବିରକୁ କାର୍ଯ୍ୟକ୍ରମ ସଂଯୋଜିକା ତଥା ଅଧ୍ୟାପିକା ଭଗବତୀ ଗମାଙ୍ଗ ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିପତି ବାଲାଜୀ ପରିଚ୍ଛା ଶିବିର ଉଦଘାଟନ କରିଥିଲେ। ଏହି ଉଦଘାଟନୀ କାର୍ଯ୍ଯକ୍ରମରେ ଅଧ୍ୟାପକ ରାଜେଶ୍ କୁମାର ପାତ୍ର, ଟି. ସତ୍ୟ ନାରାୟଣ ରାଓ, ବିଧୁ ଭୂଷଣ ପ୍ରଧାନ, ଅଧ୍ୟାପିକା ସୁନନ୍ଦା ପାଣିଗ୍ରାହୀ ଏବଂ ଅନୁଷ୍ଠାନର ସମସ୍ତ କର୍ମ କର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ। ଶିବିରରେ ତାଲିମ ଦାତା ଭାବେ ନିତୁ ଜେନା ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ତାଲିମ ଦେଉଥିବା ବେଳେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଜାରି ରହିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ