ବରିଷ୍ଠ ନାଗରିକଙ୍କୁ ଗୃହବନ୍ଦୀ କଲେ ଅଜଣା ଦୁବୁର୍ତ୍ତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମଞ୍ଚେଶ୍ୱର ଥାନା ଅଞ୍ଚଳ ନିକଟ ଜିଜିପି କଲୋନୀ, ବାସୁଦେବ ନଗର ପ୍ଲଟ ନମ୍ବର ୧୧୩୦ରେ ଦୀର୍ଘ ବର୍ଷ ଧରି ସେହି ଅଂଚଳରେ ପରିବାର ସହିତ ରହିଆସୁଛନ୍ତି ବରିଷ୍ଠ ନାଗରିକ ତଥା ସମାଜସେବୀ ହରେକୃଷ୍ଣ ମିଶ୍ର । ଗତ ୨୬ ତାରିଖ ରାତିରେ କେହି ଅଜଣା ଦୁର୍ବୁତ୍ତ ତାଙ୍କ ଘର ସମ୍ମୁଖରେ ଥିବା ରାସ୍ତାକୁ ସମ୍ପୂର୍ଣ୍ଣ ବେଆଇନ ଭାବେ କଟା ପଥର ପକାଇ ଅବରୋଧ କରିଥିବା ଅଭିଯୋଗ କରିଛନ୍ତି ଶ୍ରୀଯୁକ୍ତ ମିଶ୍ର। ଯାହା ଫଳରେ କି ସେ ଓ ଉକ୍ତ ସ୍ଥାନରେ ରହିଥିବା ଅନ୍ୟ ଜନସାଧାରଣ ଯିବା ଆସିବାରେ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ବରିଷ୍ଠ ନାଗରିକ ଜଣକ ମଧୁମେୟ ଓ ରକ୍ତଚାପ ରୋଗୀ ହୋଇଥିବାରୁ ଘରୁ ନବାହାରି ପାରି ନିଜକୁ ଅସୁସ୍ଥତା ମନେ କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଏ ବାବଦରେ ସେ ଲିଖିତ ଭାବେ ସ୍ଥାନୀୟ ମଞ୍ଚେଶ୍ୱର ଥାନାରେ ଜଣାଇବା ସହ ପୋଲିସକୁ ଅନୁରୋଧ କରିଛନ୍ତି ଯେ ଯଥାଶୀଘ୍ର ବେଆଇନ ଅବରୋଧକୁ ଖାଲି କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ସରକାର ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ମଧ୍ୟ ଅଭିଯୋଗକାରୀ ହରେକୃଷ୍ଣ ମିଶ୍ର ଅନୁରୋଧ କରିଛନ୍ତି। ଏହିଭଳି ସମସ୍ୟା ଆଜି ରାଜଧାନୀରେ ମୁଣ୍ଡଟେକି ଥିବାବେଳେ ଦୁର୍ବୃତ୍ତମାନେ ନିଦ୍ଦ୍ୱର୍ନ୍ଦରେ ନିଜର କାର୍ଯ୍ୟ ହାସଲ କରିବାରେ ଟିକେ ବି ଡରୁନାହାନ୍ତି। ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସରକାରଙ୍କୁ ଦାବି କରିଛନ୍ତି ସ୍ଥାନୀୟ ଅଧିବାସୀ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ