ବାହାଘରରେ ଯୋଗଦେଇ ବାଇକରେ ଫେରୁଥିବାବେଳେ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଳକ ଗୁରାଣ୍ଡି ଆନା ଅନ୍ତର୍ଗତ ମାଛମରା -ଭୁଷୁକୁଡି ମୁଖ୍ୟ ରାସ୍ତାରେ ବାଇକରେ ଯାଉଥିବା ବେଳେ ଜଣେ ମହିଳାଙ୍କ ବେକରୁ ପୂର୍ବରୁ ଛପି ରାହିଥିବା ଦୁର୍ବୃତ ସୁନା ଚେନ୍, ଝାମ୍ପି ନେଇଥିବା ଜଣାପଡ଼ିଛି। ଭୁଷକୁଡି ଗ୍ରାମର ଆର୍ ହେମାପତି ଏବଂ ତାଙ୍କ ସ୍ତ୍ରୀ ଆର.ସରସ୍ବତୀ ତାଙ୍କର ସମ୍ପର୍କୀୟଙ୍କ ଏକ ବାହାଘର ଭୋଜିରେ ଯୋଗ ଦେବା ଲାଗି ଯାଇଥିଲେ । ସନ୍ଧ୍ୟାରେ ସେମାନେ ନିଜ ଗ୍ରାମ ଅଭିମୁଖେ ଏକ ଅଟୋ ଯୋଗେ ଆସି ମାଛମରା ଛକରେ ଓହ୍ଲାଇଥିଲେ। ସେଠାରୁ ସେମାନେ ନିଜ ଗ୍ରାମ ଭୁଷୁକୃଡି ଯିବା ପାଇଁ ଗ୍ରାମରେ ଥିବା ତାଙ୍କ ପୁଅ ଆର ଚନ୍ଦ୍ରମୋହନଙ୍କୁ ମୋବାଇଲରେ କଲ କରି ମୋଟର ସାଇକେଲ ଧରି ଆସିବା ପାଇଁ କହିଥିଲେ. ଚନ୍ଦ୍ରମୋହନ ନିଜ ପିତାମାତାଙ୍କୁ ଆଣିବାପାଇଁ ମାଛମରା ଛକକୁ ଆସି ସେମାନଙ୍କୁ ବାଇକରେ ବସାଇ ନିଜ ଗ୍ରାମକୁ ଯାଉଥିବା ସମୟରେ ପଛପଟରୁ ଦୁର୍ବତ୍ତ ଅନ୍ୟ ଏକ ବାଇକରେ ଆସି ମହିଳାଙ୍କ ବେକରୁ ହଠାତ ସୁନା ଚେନ୍ ଝାମ୍ପି ଦ୍ରୁତ ଗତିରେ ପଳାଇଥିଲେ। ତେବେ ଚଳନ୍ତା ଗାଡିରୁ ଚେନ ଝାମ୍ପି ନେବା ଦେଳେ ଚକ୍ରମୋହନ ଚଳାଇବା ବାରକ ଭାରସାମ୍ୟ ହରାଇ ପଡ଼ିଯାଇଥିଲା । ଫଳରେ ଚଦ୍ରମୋହନଙ୍କ ବାପା ହେମାପତିଙ୍କ ମୁହଁରେ କ୍ଷତ ହେବା ସହ ତାଙ୍କ ମା ସରସତୀଙ୍କ ଗୋଡ ହାତରେ ଆଘାତ ଲାଗିଥିଲା. ସେମାନଙ୍କୁ ଗୁରାଣ୍ଡି ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା. ତାପରେ ଏନେଇ ଗୁରାଣ୍ଡି ଥାନାରେ ଲିଖିତ ଅଭିଯୋଗ କରାଯାଇ ଥିବା ସୂଚନା ମିଳିଛି ।ଘଟଣା ନେଇ ପୋଲିସ ତଦନ୍ତ ଜାରି ରଖିଥିବା ଜଣାଇଛନ୍ତି.