ତପ୍ତପାଣି ଜଙ୍ଗଲ ନିକଟରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ – ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଜଙ୍ଗଲ ପାଳୁଖଳା ଗାଁ ନିକଟରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ପ୍ରେମୀ ଯୁଗଳ କୀଟନାଶକ ଖାଇ ଆତ୍ମହତ୍ୟା କରିଛନ୍ତି। ମୃତକ ପ୍ରେମିକା ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପଳାଶପୁର ଗ୍ରାମର ସନ୍ତୋଷୀନି ସେଠୀ(୨୨) ଏବଂ ଦିଗପହଣ୍ଡି ଥାନା ପଦ୍ମନାଭପୁର ଗ୍ରାମର ଭଗବାନ ସେଠୀ(୧୮)। ଉଭୟେ ମଙ୍ଗଳବାର ସକାଳେ ତପ୍ତପାଣି ବୁଲି ଯାଇଥିଲେ।ପରେ ମଧ୍ୟାହ୍ନ ପ୍ରାୟ ୧୨ ଟାରେ ପାଳୁଖଳା ଗ୍ରାମ ନିକଟ ଜଙ୍ଗଲ କୁ ଯାଇଥିଲେ। କୌଣସି କାରଣରୁ ପୂର୍ବ ନିଷ୍ପତ୍ତି ପ୍ରକାରେ ଉଭୟେ ପ୍ରେମୀ ଯୁଗଳ କୀଟନାଶକ ଖାଇ ଦେଇଥିଲେ। ସନ୍ତୋଷୀ ଜଙ୍ଗଲ ଭିତରେ ପଡ଼ି ଛଟ ପଟ ହେଉଥିବା ବେଳେ ପ୍ରାୟ ୧ ଶହ ମିଟର ଦୂରରେ ଭଗବାନ ପାଳୁଖଳା ଗ୍ରାମ ନିକଟ ରାସ୍ତାକଡ ରେ ପଡ଼ି ଛଟପଟ ହେଉଥିଲେ।କିଛି ବ୍ୟକ୍ତି ଭଗବାନ ଙ୍କୁ ଦେଖି ୧୧୨ ପୋଲିସ ଗାଡି କୁ ଫୋନ କରିଥିଲେ। ଖବରପାଇ ପାଟପୁର ଥାନା ପୋଡ଼ାମାରି ଫାଣ୍ଡି ଅଧିକାରୀ ପ୍ରଭାତ କୁମାର ବାଲିକାନା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଭଗବାନ ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇଥିଲେ।ପରେ ଭଗବାନ ଙ୍କ ସୂଚନା କ୍ରମେ ସନ୍ତୋଷୀ ଙ୍କୁ ଖୋଜିଥିଲେ। ଦୀର୍ଘ ସମୟ ଖୋଜିବା ପରେ ଜଙ୍ଗଲ ଭିତରେ ତାଙ୍କୁ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପାଇବା ପରେ ପୋଲିସ ଟିମ୍ ସ୍ଥାନୀୟ ଲୋକଙ୍କ ସହାୟତା ରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତର କରିଥିଲେ।ସେଠାରେ ଉପସ୍ଥିତ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଉଭୟ ଙ୍କ ପରିବାର ଲୋକେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ମୃତଦେହ ଦେଖିବା ପରେ ସେମାନଙ୍କ କାନ୍ଦ ବୋବାଳି ରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ଫାଟି ପଡିଥିଲା। ଏନେଇ ପାଟପୁର ଥାନାରେ ଏତଲା ହେବା ପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅପମୃତ୍ୟୁ ମାମଲା ନଂ.୨୦/୨୬ ଏବଂ ୨୧/୨୬ ଅନୁଯାୟୀ ପୃଥକ ମକଦ୍ଦମା ରୁଜୁ କରିଥିଲେ। ଅନୁସନ୍ଧାନକାରୀ ଅଧିକାରୀ ଏସ.ଆଇ ତ୍ରିନାଥ ଭୋଇ ଏବଂ ଏଏସଆଇ କୃଷ୍ଣଚନ୍ଦ୍ର ଦାସ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ଉଭୟଙ୍କ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଛନ୍ତି। ଭଗବାନ ଙ୍କ ବଡ଼ ଭଉଣୀ ଏନେଇ ଏତଲା ଦେଇଥିବା ବେଳେ ସନ୍ତୋଷୀ ଙ୍କ ମାଆ ଏତଲା ଦେଇଥିବା ଆଇଆଇସି କହିଛନ୍ତି। ଗତ ପ୍ରାୟ ୨ ବର୍ଷ ପୂର୍ବେ ସାନଖେମୁଣ୍ଡି ବ୍ଲକ ଅଧିନ ଏକ କଲେଜ ରେ ଉଭୟେ ଯୁକ୍ତ ୨ ପାଠ ପଢୁଥିଲେ।ସେଠାରେ ହିଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉଭୟେ ଉଭୟଙ୍କୁ ଭଲ ପାଉଥିଲେ। ଭଗବାନ ତାଙ୍କ ମାତା ପିତା ଙ୍କ ଏକମାତ୍ର ପୁଅ ବୋଲି ଜଣାପଡିଛି। କଲେଜ ପାଠ ସରିବା ପରେ ଭଗବାନ ବ୍ରହ୍ମପୁର ରେ ଡିପ୍ଲୋମା ପଢୁଥିବା ସହ ଗାଁ ରେ ବିଦ୍ୟୁତ ଯନ୍ତ୍ରାଂଶ ମରାମତି କାମ କରୁଥିଲେ। ତାଙ୍କ ବାପା ବାହାର ରାଜ୍ୟରେ ଦାଦନ ଶ୍ରମିକ ଭାବେ କାମ କରୁଛନ୍ତି।ସେହିପରି ଛାତ୍ରୀ ଜଣକ ପାଠ ସରିବା ପରେ ଘରେ ରହୁଥିଲେ। ତାଙ୍କ ବାପା ଭୁବନେଶ୍ଵରରେ ରାଜମିସ୍ତ୍ରୀ କାମ କରନ୍ତି। କୌଣସି କାରଣରୁ ମାନସିକ ଭାରସାମ୍ୟ ହରାଇ ଭଗବାନ ଗତ ପ୍ରାୟ ୧ ବର୍ଷ ପୂର୍ବେ ଘର ଭିତରେ ବେକରେ ରଶି ବାନ୍ଧି ଆତ୍ମହତ୍ୟା ଉଦ୍ୟମ କରିଥିଲେ।କିନ୍ତୁ ତାଙ୍କୁ ପରିବାର ଲୋକେ ସଙ୍ଗେ ସଙ୍ଗେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିବାରୁ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସନ୍ତୋଷୀ ଙ୍କ ବାପା ରାଜମିସ୍ତ୍ରୀ ଭାବେ ଭୁବନେଶ୍ୱର ରେ କାମ କରୁଥିବା ଜଣାପଡିଛି।ଏନେଇ ଉଭୟ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।ଉଭୟ ପରିବାର ର ସଦସ୍ୟ ଓ ସମ୍ପର୍କୀୟ ଦୁଃଖରେ ଭାଙ୍ଗି ପଡିଛନ୍ତି।


