ମହିଳା ଫୁଟବଲ ପ୍ରଦର୍ଶନୀ ମ୍ୟାଚ
କେନ୍ଦ୍ରାପଡା- କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳପଡିଆରେ ଓଡିଶା ଖଣିି ନିଗମ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ବିଜୁ ପଟ୍ଟନାୟକ ଫୁଟବଲ କପ ଟୁର୍ଣ୍ଣାମେଂଟର ଗୁରୁବାର ସପ୍ତମ ଦିବସ ଫାଇନାଲ ମ୍ୟାଚ ଖେଳ ପୂର୍ବରୁ ଏକ ମହିଳା ଫୁଟବଲ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରାପଡା ଜିଲ୍ଲା ଆଳିର ମହିଳା ଫୁଟବଲ ଦଳ ସହିତ କଟକ ଜିଲ୍ଲାର ଭୁଆସୁଣି ମହିଳା ଫୁଟବଲ ଦଳର ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚରେ ଆଳି ଦଳ ୪-୧ ଟ୍ରାଇବ୍ରେକରେ ଭୁଆସୁଣି ଦଳକୁ ହରାଇ ବିଜୟୀ ହୋଇଥିଲା । ଏହି ଅବସରରେ ଜିଲ୍ଲା କ୍ରୀଡା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ଠାରୁ ଆଳି ମହିଳା ଫୁଟବଲ ଦଳ ପୁରସ୍କୃତ ହୋଇଥିଲା ।


