ଘଟଗାଁ ଅଂଚଳରେ ବିଦେଶି ପକ୍ଷୀ
ଘଟଗାଁ- ପ୍ରତ୍ୟେକ ବର୍ଷ ଶୀତ ଦିନରେ ଖାସ୍ କରି ଚିଲିକାରେ ବିଦେଶି ପକ୍ଷୀଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ ମଧ୍ୟ ଚିଲିକାରେ ବିଦେଶି ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳିଥିବା ବେଳେ କେନ୍ଦୁଝର ଜିଲ୍ଲା ଘଟଗାଁ ଅଂଚଳରେ ପ୍ରଥମ ଥର ପାଇଁ ବିଦେଶି ପକ୍ଷୀ ଦେଖିବାକୁ ମିଳିଛି । ଘଟଗାଁ ବନ ବିଭାଗ ଅଧିନସ୍ଥ ଉପରଢିହା ଗ୍ରାମର କିଛି ପୁସ୍କରଣିରେ ଦେଖିବାକୁ ମିଳୁଛି ବହୁ ସଂଖ୍ୟାରେ ବିଦେଶି ପକ୍ଷୀ । ତେବେ ବିନ ବିଭାଗ ଏହି ପକ୍ଷୀ ମାନଙ୍କ ପ୍ରତି ଯତ୍ନବାନ ହେବା ସହ ଏମାନଙ୍କ ପାଇଁ ସୁବନେ୍ଧାବସ୍ତ କରାଇବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି । ଅନ୍ୟପକ୍ଷରେ ଘଟଗାଁ ବନ ବିଭାଗ ଏହି ବିଦେଶି ପକ୍ଷୀ ମାନଙ୍କ ଉପରେ ନଜର ରଖିଛି ଓ ସେମାନଙ୍କ ଉପରେ ଏଠାରେ କିଛି ବପଦ ନାହିଁ ବୋଲି ଘଟଗାଁ ରେଞର ପ୍ରକାଶ କରିଛନ୍ତି ।


