ନିଖିଳ ଓଡିଶା ଆଇନ ଅଧିକାରୀ ସଙ୍ଘର କର୍ମଶାଳା

କେନ୍ଦ୍ରାପଡା – ନିଖିଳ ଓଡିଶା ଆଇନ ଅଧିକାରୀ ସଙ୍ଘର ପ୍ରଥମ କର୍ମଶାଳା ଭୂବନେଶ୍ୱରସ୍ଥିତ ଇଡକଲ ଅଡିଟୋରିଅମରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଅର୍ଥମନ୍ତ୍ରୀ ନରଞ୍ଜନ ପୂଜାରୀ ମୁଖ୍ୟ ଅତିଥି ଓ ଆଇନମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟବକ୍ତା ଓ ବିଜ୍ଞାନ ଓ କାରିଗରି ମନ୍ତ୍ରୀ ଅଶୋକ କୁମାର ପଣ୍ଡା,ବିଜେଡି ଲିଗାଲ ଫ୍ରଂଟର ଉପଦେଷ୍ଟା ଦେବାଶିଷ ସାମନ୍ତରାୟ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପ୍ରଥମକରି ରାଜ୍ୟରେ ସରକାରୀ ଓକିଲମାନଙ୍କ ଏକ ସଙ୍ଘ ଗଠନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲାରୁ ଏହି କର୍ମଶାଳାରେ ଏପିପି ସଞ୍ଜୟ କୁମାର ଜେନା, ରମାକାନ୍ତ ସ୍ୱାଇଁ, ସୁରେଶ ଚନ୍ଦ୍ର ନାୟକ, ଗୋବର୍ଦ୍ଧନ ରାଉତ, ସ୍ୱତନ୍ତ୍ର ପିପି ମନୋଜ କୁମାର ସାହୁ, ଗୋକୁଳି ରଞ୍ଜନ ଦାସ, ନିହାର ରଞ୍ଜନ ମହାପାତ୍ର, ବ୍ରଜସୁନ୍ଦର ରାଉତ, ସେକ ଅଜିମୁଦ୍ଦିନ, ସରୋଜ କୁମାର ଜେନା, ରାଜେନ୍ଦ୍ର କୁମାର ମିଶ୍ର, ସୁବ୍ରତ କୁମାର ରଥ, ସୁଶିଲ କୁମାର ଦାସ, ଶରତ ଚନ୍ଦ୍ର ଦାସ, ବିରକିଶୋର ମହାନ୍ତି, ମାନସରଞ୍ଜନ ଧଳ, ସ୍ମୃତିରଞ୍ଜନ ସିଂ, ଅଫସର ଅଲ୍ଲୀ ବକ୍ସ ଓ ପଟ୍ଟାମୁଣ୍ଡାଇର ସରକାରୀ ଓକିଲମାନଙ୍କ ସମେତ ରାଜ୍ୟର ସବୁ ଜିଲ୍ଲାରୁ ହଜାରରୁ ଉର୍ଦ୍ଧ୍ୱ ସରକାରୀ ଓକିଲ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ