ପୀତବାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ମକର ସଂକ୍ରାନ୍ତୀ ଠାରୁ ବନ୍ତ ବ୍ଲକ ପୁରୁଷୋତ୍ତମପୁରସ୍ଥିତ ନେତାଜୀ ଷ୍ଟାଡିୟମ ଠାରେ ଆରମ୍ଭ ହୋଇଥିବା ୧୧ତମ ପୀତବାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଂଗଳବାର ଉଦ୍‌ଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଟିମ୍ ଅଂଶ ଗ୍ରହଣ କରିଥିଲେ । ଆଜିର ଫାଇନାଲ ମ୍ୟାଚ୍‌ରେ ୟୁନିକ୍ ଷ୍ଟାଇକ୍‌, ସେଣ୍ଢତୀରାକୁ ସଡନ୍ ଆଟେକ୍‌, ପଧାନପଡା ଭେଟିଥିଲା । ପ୍ରଥମେ ୟୁନିକ୍ ଷ୍ଟ୍ରାଇକ୍ ସେଣ୍ଢତୀରା ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୧୨ ଓଭରରେ ୭ ବିନିମୟରେ ୯୮ରନ୍ କରିଥିଲା । ଜବାବରେ ସଡନ୍ ଆଟାକ୍ ପଧାନପଡା ୭ ଓଭରରେ ସମସ୍ତ ୱେଇକେଟ ହରାଇ ୪୦ ରନ୍ ସଂଗ୍ରହ କରି ପରାସ୍ତ ହୋଇଥିଲା । ୟୁନିକ୍ ଷ୍ଟ୍ରାଇକ୍ ସେଣ୍ଢତୀରାର ରଶ୍ମି ସେନାପତି ମ୍ୟାନ୍ ଅଫ ଦି ସିରିଜ୍ ଓ ଯଦୁମଣି ରାଉତ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ । ମ୍ୟାଚ୍‌ରେ ବ୍ରଜ କିଶୋର ମହାନ୍ତି, ସଂଗ୍ରାମ ଦାସ ଅମ୍ପାୟର ଭାବେ ଦାୟୀତ୍ୱ ତୁଲାଇଥିଲେ । ସ୍କୋର, ଭାଷ୍ୟକାର ଭାବେ ଦିପୁ ସାହୁ, ଟୁପୁନ୍ ବିଶ୍ୱାଳ, ଅରୁଣ ବିଶ୍ୱାଳ, ସାର୍ଥକ ବିଶ୍ୱାଳ, ଲିପୁନ୍ ବିଶ୍ୱାଳ, ବାପୁନ୍ ବିଶ୍ୱାଳ, ସଚିନ୍ ବିଶ୍ୱାଳ, ଶୁଭ ବିଶ୍ୱାଳ, ଜୀବନ ବିଶ୍ୱାଳ, ସୁଶୀଲ ଦାଢ଼ଶ, ଶ୍ରବଣ ବିଶ୍ୱାଳ ପ୍ରମୁଖ ଦାୟୀତ୍ୱ ତୁଲାଇଥିଲେ । ଉଦ୍‌ଯାପନୀ ଉତ୍ସବରେ ବନ୍ତ ଅଞ୍ଚଳର ହୋମିଓପାଥିକ୍ ଡାକ୍ତର ମୂରଲୀଧର ସୁତାର ମୁଖ୍ୟ ଅତଥି ଓ ଲିଟିଲ୍ ସ୍କୁଇରାଲ ସ୍କୁଲର ଅଧ୍ୟକ୍ଷ ସମର ବିଶ୍ୱାଳ, ଗଂଗାଧର ସାହୁ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ