ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ଚାରାରୋପଣ କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍) : ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ୭୭ତମ ବନ ମହୋତ୍ସବ ପାଳନ ଅବସରରେ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସ ଓ ଶିକ୍ଷାନୁଷ୍ଠାନର ଛାତ୍ରୀମାନଙ୍କୁ ନେଇ ଏକ ମେଗା ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଯୁବ ରେଡକ୍ରସ୍‍ ବାହିନୀର ସଂଯୋଜିକା ଅଧ୍ୟାପିକା ଡଃ ଲୀନା ଲିଲିୟାନ୍‍ ଏବଂ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମର ଅଧିକାରୀ ଅଧ୍ୟାପିକା ଡଃ ଜୟପ୍ରଦା ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମେଗା ଚାରାରୋପଣ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନା, ବରିଷ୍ଠ ଅଧ୍ୟାପକ କେ.ଓମ୍‍ ନାରାୟଣ ରାଓ, ଅଧ୍ୟାପିକା ଡଃ ସୁପ୍ରିୟା ଦାଶ, ଡଃ ଉର୍ମିଳା ମୁଦୁଲି, ଅଧ୍ୟାପକ ଡଃ ଏସ୍‍ଟି ରେହେମାନ୍‍, ଗୋନପୀନାଥ କର, ପବିତ୍ର ନାରାୟଣ ବେହେରା, ମୋନାଲିସା ସାହୁ, ପ୍ରିୟଦର୍ଶିନୀ ପ୍ରଧାନ, ସୁଶାନ୍ତ କୁମାର ବେହେରା, ୁସୁନିତା କୁମାରୀ ନାୟକ, ରିଙ୍କୁ କୁମାର ସାହୁ, ଲୋପାମୁଦ୍ରା ମହାପାତ୍ର, ସନାତନ ପ୍ରଧାନ, ଭାରତୀ ପ୍ରଧାନ, ପୂଜା ବିଷୋୟୀ, ପୂର୍ଣ୍ଣବାସୀ ବେହେରା, ବସନ୍ତ ମାଝୀ, ସୁଶିଲ୍‍ କୁମାର ଆଚାର୍ଯ୍ୟ, ଶାନ୍ତୁନୁ କୁମାର ସାମଲ, ଦୁର୍ଗାପ୍ରସାଦ ପାଣିଗ୍ରାହୀ, ରଶ୍ମି ରଂଜିତା ଲେଙ୍କା, ଗିରିଜା ଆପଟ, ଡଃ ଶ୍ରୀବାସ ପାତ୍ର ପ୍ରମୁଖ ଯୋଗଦେଇ ଚାରାରୋପଣ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଜଙ୍ଗଲ ଓ ପ୍ରକୃତି ସୁରକ୍ଷା, ଚାରା ରୋପଣର ଆବଶ୍ୟକତା, ଗଛ ଲଗାଇବା ଓ ତାର ଯତ୍ନ ନେବା, ବୃକ୍ଷର ମାନବ ସମାଜ ପ୍ରତି ଅବଦାନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଶିକ୍ଷାନୁଷ୍ଠାନର ପରିବେଶ ଏବଂ ଋଷିକଲ୍ୟା ନଦୀତଟକୁ ସବୁଜ ବନାନୀରେ ପରିଣତ କରିବା ନିମନ୍ତେ କରଂଜ, କଦମ୍ବ, ନୀଳଗିରି, ବାଦାମ୍‍, କୃଷ୍ଣଚୁଡା, ଅଁଳା, ଆକାଶିଆ, ନିମ୍ବ ସମେତ ବିଭିନ୍ନ କିସମର ଔଷଧିୟ ଓ ଛାୟା ପ୍ରଦାନକାରୀ ଚାରା ରୋପଣ କରାଯାଇଥିଲା ବେଳେ ପରିବେଶର ସୁରକ୍ଷା ଲାଗି ଅଧିକରୁ ଅଧିକ ଚାରା ରୋପଣ କରି ସେଗୁଡିକ ଯେପରି ବଞ୍ଚି ରହିପାରିବ ସେ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରାଯାଇଥିଲା । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଏବଂ ଯୁବ ରେଡକ୍ରସ୍‍ର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ମେଗା ଚାରାରୋପଣ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ବହୁ ଛାତ୍ରୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ