କୋରାପୁଟ ଜିଲ୍ଲା ୬୬୨ ବର୍ଗ ମହାବିଦ୍ୟାଳୟର ଆନ୍ଦୋଳନ ଚେତାବନୀ

କୋରାପୁଟ,(ହେମନ୍ତ କୁମାର ପାଣିଗ୍ରାହୀ): ନିଖିଳ ଓଡ଼ିଶା ୬୬୨ ବର୍ଗ (+୨ ଓ +୩) ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ବୈଠକ ଡଃ ବି. ଆର ଆମ୍ବେଦକର ଜାତୀୟ ମହାବିଦ୍ୟାଳୟ କୋରାପୁଟ ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ତ୍ରିନାଥ ପାତିକା ଅଧ୍ୟକ୍ଷତା କରି ସରକାରଙ୍କ ଟାଳଟୁଳ ନୀତିକୁ ତିବ୍ର ସମାଲୋଚନା କରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ। ୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀଙ୍କ ଚାକିରି ସର୍ତ୍ତାବଳୀ ଓ ପେନସନ ନିମନ୍ତେ ସରକାରଙ୍କ ନିକଟରେ ବାରମ୍ବାର ଅବଗତ କରାଇବା ସହ ଦୀର୍ଘଦିନ ଧାରଣାରେ ବସିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୈାଣସି ପଦକ୍ଷେପ ନିଆଯାଇନାହିଁ। ଯଦି ଏହି ସମସ୍ୟା ତୁରନ୍ତ ସମାଧାନ କରା ନ ଯାଏ ତାହାଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ନିଷ୍ପତ୍ତି ମୁତାବକ ଯଦି ଆନ୍ଦୋଳନ କରାଯାଏ ତେବେ ମହାବିଦ୍ୟାଳୟ ମାନଙ୍କର ଶୈକ୍ଷିକ ବାତାବରଣ ଖରାପ ହେବା ସହିତ ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଲେ ଏଥି ପାଇଁ ସରକାର ଦାୟୀ ରହିବେ ବୋଲି ଯୁକ୍ତ ଦୁଇ ସଂପାଦକ ପ୍ରଜାରଞ୍ଜନ ମିଶ୍ର, ଯୁକ୍ତ ତିନି ସଂପାଦକ କିଶୋର ଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ହୃଦୟ ରଞ୍ଜନ ପଣ୍ଡା, ଯୁଗ୍ମ ସଂପାଦକ ଦୁଷ୍ମନ୍ତ ଚୈଧୁରି ଓ ଅଧ୍ୟକ୍ଷ ଲକ୍ଷ୍ମଣ ସାହୁ ପ୍ରମୁଖ ମତବ୍ୟକ୍ତ ରଖିଥିଲେ। ‌ ସୁକାନ୍ତ କୁମାର ବାଣୁଆ, ସରୋଜ କୁମର ତୁଳ, ଅକ୍ଷୟ କୁମାର ବେହେରା, ଅଶୋକ କୁମାର ପରିଡ଼ା, ରିତା ରାଣୀ କରଣ, ଇନ୍ଦିରା ପ୍ରିୟଦର୍ଶିନୀ ପଟ୍ଟନାୟକ, ରଜତ କୁମାର ହିଆଲ, ପର୍ଶୁରାମ ସାହୁ, ବାସୁଦେବ ସାହୁ, ସିମାଞ୍ଚଳ ଦାସ , ନକୁଳି ଗୈଡ ଓ କମୁଳୁ ମୁଦୁଲି ସମେତ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ , ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଜିଲ୍ଲାର ବରିଷ୍ଠ ଅଧ୍ୟାପକ ରବି ସତପଥି ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ