ମହିଳା ସଙ୍ଗଠନ “ଅନୁକମ୍ପା” ଗଠନ ସ୍ଥାନୀୟ ଅଞ୍ଚଳର ଏକ ଆହ୍ବାନ

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଆନ୍ତର୍ଜାତୀକ ମହିଳା ଦିବସରେ ଭଦ୍ରକ ଜିଲା ଧାମନଗର ବ୍ଲକର ଧୂଷୁରୀ ଅଞ୍ଚଳରେ ପ୍ରଥମ ଥର ପାଇଁ ଏକ ମହିଳା ସଙ୍ଗଠନ ଗଠିତ ହୋଇଛି । ଏହି ଉପଲକ୍ଷେ ଶନିବାର ଧୂଷୁରୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମାରଗଦର୍ଶକ ସନ୍ତୋଷ କୁମାର ଦାସଙ୍କ ଅଧ୍ୟକ୍ଷତା ଓ ଅନ୍ୟତମ ମାର୍ଗଦର୍ଶକ ଦୀପ୍ତି ରଞ୍ଜନ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ରବୀନ୍ଦ୍ର ବେହୁରିଆ , ଧୂଷୁରୀ ସରପଞ୍ଚ ଅନ୍ତର୍ଯ୍ୟାମୀ ପତି, ବରିଷ୍ଠ ସାମ୍ବାଦିକ ଲତିବ କୁମାର ଓଝା, ଧୂଷୁରୀ ପ୍ରେସ ୟୁନିୟନ କୋଷାଧ୍ଯକ୍ଷ ରତିକାନ୍ତ ନାୟକ,ସାମ୍ବାଦିକା ରୂପାରାଣୀ ପାଢୀ ପ୍ରମୁଖ ଯୋଗଦେଇ ମହିଳା ଦିବସର ଗୁରୁତ୍ବ ଉପରେ ଆଲୋଚନା କରିଥିଲେ । ଏଥିସହିତ ଏହି ଅଞ୍ଚଳରେ ନୂଆକରି “ଅନୁକମ୍ପା ମହିଳା ସଙ୍ଗଠନ” ନାମରେ ଏକ ଅନୁଷ୍ଠାନ ଗଠନ କରା ଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଏହି ମହିଳା ଅନୁଷ୍ଠାନରେ ୪୩ ଜଣ ସଦସ୍ୟାଙ୍କୁ ନେଇ ଏହି ସଙ୍ଗଠନ ଗଠିତ ହୋଇଥିଲା । ମହିଳା ସଙ୍ଗଠିକା ଅଞ୍ଜନା ଲେଙ୍କା ସଭାପତି, ସୁଶ୍ରୀ ଅଞ୍ଜନା ମହାକୁଳଙ୍କୁ ସାଧାରଣ ସମ୍ପାଦିକା, ନାରୀ କବି ଆଦରମଣି ପ୍ରଧାନଙ୍କୁ ସମ୍ପାଦିକା, ବିମଳା ନାଥ ଓ କଳ୍ପନା ମଞ୍ଜରୀ ଦାସଙ୍କୁ ଉପ ସଭାପତି, ଗୀତାରାଣୀ ମଲ୍ଲିକ ଓ ମମତା ରାଣୀ ଜେନାଙ୍କୁ ସହ ସମ୍ପାଦିକା ଏବଂ କଳ୍ପନା ନାୟକଙ୍କୁ କୋଷାଧ୍ଯକ୍ଷ ଭାବେ ମନୋନୀତ କରା ଯାଇଥିଲା । ଅନୁଷ୍ଠାନର ସଭ୍ୟା ବିଳାସିନୀ ବିଶ୍ବାଳ, ହୋନାଲୀଶା ଚୁହାଣ, ମନୋରମା ବାରିକ, ମମତା ପାଣି, ସନ୍ଧ୍ୟାରାଣୀ ମାଝୀ,ରୀତା ବାରିକ ପ୍ରମୁଖ ଉପସ୍ଥିତ ରହି ନବ ଗଠିତ ମହିଳା ସଙ୍ଗଠନ ବାବଦରେ ନିଜର ମତାମତ ପ୍ରଦାନ କରିଥିଲେ । ଏହି ସଙ୍ଗଠନ କେବଳ ଧୂଷୁରୀ ଅଞ୍ଚଳ ନୁହଁ ଏହା ବ୍ଲକ, ଜିଲା ଓ ରାଜ୍ୟ ସ୍ତରକୁ ପ୍ରସରି ଯିବ ବୋଲି ସଭାପତି ଶ୍ରୀମତୀ ଲେଙ୍କା ଆଶା ପ୍ରକଟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ