ଗଞ୍ଜେଇ ସହ କାର ଜବତ : ୪ ଅଭିଯୁକ୍ତ ଗିରଫ

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଫିରିଙ୍ଗିଆ ଛକରୁ ପୁଲିସ ଏକ କାରରୁ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ କ.ନୂଆଗାଁ ଥାନା ଅନ୍ତର୍ଗତ ରାଜଘରା ଗାଁର ଅମନ ଦିଗାଲ (୨୫), ଯୋସାୟା ଦିଗାଲ (୨୦), କୁଦୁରହା ଗ୍ରାମର ଜିତେନ୍ଦ୍ର ଦିଗାଲ (୨୯) ଓ ମନୋଜ ଦିଗାଲ (୩୦)। ସେମାନଙ୍କ ନିକଟରୁ ଏକ ବାଇକ ମଧ୍ୟ ଜବତ ହୋଇଛି।ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଅଭିଯୁକ୍ତମାନେ କାର୍‌ ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ ପୁଲିସ ଏ ସମ୍ପର୍କରେ ସୂଚନା ପାଇଁ ଫିରିଙ୍ଗିଆ ଛକରେ ଚଢ଼ାଉ କରିଥିଲା। ଉକ୍ତ କାରରୁ ୧୦୧ କେଜି ୯୦୦ ଗ୍ରାମ ଗଞ୍ଜେଇ ମିଳିଥିଲା। ପୁଲିସ ତାହାକୁ ଜବତ କରିବା ସହିତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏ ନେଇ ଏକ ମାମଲା ରୁଜୁ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ