ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂହ ପଞ୍ଚାୟତ ମଙ୍ଗୁଲିସ୍ଥିତ ସରକାରୀ ସଂଯୁକ୍ତ ଉପ୍ରା ବିଦ୍ୟାଳୟରେ ବିଦାୟୀ ସହକାରୀ ଶିକ୍ଷକ ରବିନ୍ଦ୍ରନାଥ ଘଡାଇଙ୍କ ଉଦ୍ଦେଶ୍ୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରମାକାନ୍ତ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରୀ ଅଧିର କୁମାର ତରାଇ, ମୁଖ୍ୟ ବକ୍ତା ଭାବେ ଏବିଇଓ ଅଜୟ କୁମାର ପୃଷ୍ଟି, ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଭାସ୍କର ଚନ୍ଦ୍ର ପାଢୀ, ଏବିଇଓ କାର୍ତ୍ତିକ ଚନ୍ଦ୍ର ପଣ୍ଡା, ଧର୍ମେନ୍ଦ୍ର ନାରାୟଣ ଜେନା, ନରେନ୍ଦ୍ର ସାହୁ, ସନାତନ ଦାସ, ସରପଞ୍ଚ ଚିନ୍ତାମଣି ଘଡାଇ ଯୋଗ ଦେଇଥିଲେ । ସଭା କାର୍ଯ୍ୟରେ ଏସଏମସି ଅଧ୍ୟକ୍ଷା ରୀତାଞ୍ଜଳୀ ସେଠୀ, ଶିକ୍ଷକ ପର୍ଶୁରାମ ନାୟକ, ରଂଜନ କୁମାର ନାୟକ, ଶିକ୍ଷୟିତ୍ରୀ ମହାମାୟା ଜେନା, ଅନସୂୟା ଜେନା, ବିଦ୍ୟୁତ୍‌ପ୍ରଭା ମଲ୍ଲିକ, ମାନସ ରଞ୍ଜନ ସେଠୀ, ରାଜ କିଶୋର ପାତ୍ର, ଗୁଣମଣି ଘଡାଇ, ମୋ ସ୍କୁଲ ଅଭିଯାନର ସଭାପତି ରାଜୀବ କୁମାର ପରିଡାଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ