ଅବସରପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବିୟୋଗ
ଛତ୍ରପୁର,(ଦେବଦତ୍ତ ମହାରଣା) : ସ୍ଥାନୀୟ ଗିିଲଟିପେଟା ସାହି ନିବାସୀ ତଥା ଅବସରପ୍ରାପ୍ତ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏସ୍.କ୍ରିଷ୍ଣା ରାଓ(୮୨)ଙ୍କ ଦେହାନ୍ତ ଘଟିଛି । ସେ କିଛି ଦିନ ହେଲା ଅସୁସ୍ଥ ଥିବାବେଳେ ଶନିବାର ବିଳମ୍ବିତ ରାତିରେ ତାଙ୍କର ନିଜ ବାସଭବନରେ ମୃତ୍ୟୁ ହୋଇଥିଲା । ମୃତ୍ୟୁ ଶଯ୍ୟା ବେଳେ ତାଙ୍କରି ଧର୍ମପତ୍ନୀ ତଥା ପୂର୍ବତନ ଏନ୍ଏସି ଅଧ୍ୟକ୍ଷା ଏସ୍.ସାବିତ୍ରୀ, ଜ୍ୟେଷ୍ଠ ପୁତ୍ର ଏସ୍.ରାମମୋହନ ରାଓ, କନିଷ୍ଠ ପୁତ୍ର ଏସ୍.ପ୍ରବୀଣ,ଜ୍ୱାଇଁ ଶ୍ରୀକାନ୍ତ ମହାନ୍ତି, ଝିଅ ତଥା ଛତ୍ରପୁର ରୋଟାରୀ କ୍ଲବର ସଭାନେତ୍ରୀ ଏସ.ରେଖା ମହାନ୍ତି, ବୋହୂ, ନାତି ନାତୁଣୀ ,ବନ୍ଧୁବାନ୍ଧବ ଓ ସାହି ବାସିନ୍ଦା ମାନେ ଉପସ୍ଥିତ ଥିଲେ । ସ୍ୱର୍ଗତ ରାଓ ଜଣେ ପରୋପକାରୀ, ସମାଜସେବୀ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ଛତ୍ରପୁର ଆଖ ପାଖ ଅଂଚଳରେ ପରିଚିତ ଥିଲେ । ତାଙ୍କରି ଶେଷ ଦର୍ଶନ ଲାଗି ପୂର୍ବତନ ବିଧାୟକ ଏନ୍.ନାରାୟଣ ରେଡ୍ଡୀ, ଯୁବ ଆଇନଜୀବୀ ତଥା ୟୁରୋ ସ୍କୁଲର ମୁଖ୍ୟ ରଞ୍ଜନ ମହାପାତ୍ର, ପୂର୍ବତନ ସାଂସଦ ପ୍ରତିନିଧି ଜି.ପାପା ରାଓ, ଗୋପାଳପୁର ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀ, ପୁଲିସ ଏଏସ୍ଆଇ ଇ.ଶଙ୍କର ରାଓ, କଣମଣା ସରପଞ୍ଚ ଏସ୍.ଚକ୍ରପାଣି ରେଡ୍ଡୀ, ପୂର୍ବତନ କାଉନସିଲର ଟି.ଚନ୍ଦ୍ର ଶେଖର ରାଓ, ରୁଇନା ପଟ୍ଟନାୟକ, ପୁଳନୀବିହାରୀ ପଟ୍ଟନାୟକ, ଆଇନଜୀବୀ ବି.ଶ୍ରୀନିବାସ, ରାଜେନ୍ଦ୍ର ପଲାଇ, ଅଟ୍ଟଳ ବିହାରୀ ପଟ୍ଟନାୟକ ପୂର୍ବତନ ନଗରପାଳ ରାମଚନ୍ଦ୍ର ବେହେରା, ପୂର୍ବତନ ଉପନଗରପାଳ ବସନ୍ତ କୁମାର ବେହେରା ଓ ପ୍ରଦୋଷ କୁମାର ବେହେରା, ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କରି ବାସଭବନ ଠାରେ ଉପସ୍ଥିତ ଥିଲେ ।


