ଆୟୁଷ୍ମାନ୍ ଖୁରାନାଙ୍କୁ ବଲିଉଡରେ ମିଳି ନଥିଲା ବ୍ରେକ୍ !
ମୁମ୍ବାଇ: ଆଜି ହେଉଛି ବଲିଉଡର ଅନ୍ୟତମ ଜଣାଶୁଣା ଆକ୍ଟର କମ୍ ସିଙ୍ଗର ଆୟୁଷ୍ମାନ୍ ଖୁରାନାଙ୍କ ଜନ୍ମଦିନ । ସେ ୧୯୮୪ ମସିହା ସେପ୍ଟେମ୍ବର ୧୪ ତାରିଖରେ ଚଣ୍ଡୀଗଡ଼ରେ ଜନ୍ମ ଗ୍ରହଣ କରିଥିଲେ । ଚଳିତ ବର୍ଷ ଆୟୁଷ୍ମାନ୍ ଖୁରାନା ଶ୍ରେଷ୍ଠ ଅଭିନେତା ଭାବେ ରାଷ୍ଟ୍ରୀୟ ପୁରସ୍କାର ହାସଲ କରିଛନ୍ତି । ଆୟୁଷ୍ମାନ୍ କଲେଜରେ ପଢୁଥିବା ବେଳେ ମାତ୍ର ୧୭ ବର୍ଷ ବୟସରେ ଟେଲିଭିଜନରେ କଣ୍ଠଶିଳ୍ପୀ ଭାବେ ନିଜର ପରିଚୟ ସୃଷ୍ଟି କରିଥିଲେ । ୨୦୦୨ରେ ଚାନେଲ ଭିର କାର୍ଯ୍ୟକ୍ରମ \”ସୁପର୍ଷ୍ଟାର୍ସ\’ରେ ଅଂଶଗ୍ରହଣ କରିଥିଲେ ସେ । ସେଠି କିନ୍ତୁ ତାଙ୍କୁ ସଫଳତା ମିଳି ନଥିଲା । କିନ୍ତୁ ପରାଜୟ ସ୍ୱୀକାର କରି ନଥିଲେ ।\nଆୟୁଷ୍ମାନ୍ ଖୁରାନ ୨୦ ବର୍ଷ ବୟସରେ ଏମ୍ଟିଭିରେ ଚର୍ଚ୍ଚିତ ସୋ\’ \”ରୋଡିଜ୍\’ ପାଇଁ ଅଡିସନ୍ ଦେଇଥିଲେ । ଏହି ସୋ\’ରେ ବିଜେତା ପରେ ତାଙ୍କ କ୍ୟାରିଅର୍ ଦେଇଥିଲା ନୂଆ ମୋଡ଼ । ଆୟୁଷ୍ମାନ୍ ଫିଲ୍ମରେ କାମ କରିବା ପୂର୍ବରୁ ରେଡିଓ ଆର୍.ଜେ.ଭାବେ ମଧ୍ୟ କାମ କରିଥିଲେ । ଏହା ଛଡ଼ା ମାସ୍ କମ୍ୟୁନିକେସନ କୋର୍ସ ମଧ୍ୟ କରିଥିଲେ । ସେହି ସମୟରେ ସେ ଥିଏଟର୍ ସହିତ ସଂଶ୍ଲିଷ୍ଟ ହୋଇଥିଲେ । ବିଗ୍ ଏଫ୍ଏମ୍ ଚାନେଲ୍ରେ ତାଙ୍କର ସୋ\’ \”ବିଗ୍ ଚାୟ\’ ମାନ୍ ନା ମାନ୍, ମେଁ ତେରା ଆୟୁଷ୍ମାନ୍ \’ ସୁପରହିଟ୍ ହୋଇଥିଲା । ଆର୍. ଜେ. ଭାବେ ତାଙ୍କୁ ୟଙ୍ଗ ଆଚିଭର୍ସ ଆୱାର୍ଡ ଓ ଭାରତ ନିର୍ମାଣ ଆୱାର୍ଡ ମିଳିଥିଲା । ଏହାପରେ ସେ ଟିଭି ଭିଜେ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । କଲର୍ସ ଚାନେଲର ରିଆଲିଟି ସୋ\’ ଓ ଷ୍ଟାର୍ ପ୍ଲସର \”ଜଷ୍ଟ ଡ୍ୟାନ୍ସ\’ ଭଳି ସୋ\’ର ଆଙ୍କରିଂ ମଧ୍ୟ କରିଥିଲେ । ଏହାପରେ ତାଙ୍କୁ \”ଭିକି ଡୋନର\’ ଫିଲ୍ମରେ ହିରୋ ଭାବେ ବ୍ରେକ୍ ମିଳିଥିଲା ।


