ଉତ୍କଳ ଭାରତ ବିକାଶ ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରସୁତୀକାଳୀନ ସହାୟତା ପ୍ରଦାନ
ହାଟଡିହିି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ବାଉଁଶଗଡ ପଞ୍ଚାତର ବାଙ୍ଖିଡି ଗ୍ରାମରେ କୁନ୍ତଳା ଜେନା ନାମକ ଜଣେ ଅସହାୟ ମହିଳାଙ୍କୁ ଉତ୍କଳ ଭାରତ ବିକାଶ ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତିନି ହଜାର ଟଙ୍କାର ପ୍ରସୁତୀକାଳୀନ ସହାୟତା ପ୍ରଦାନ କରାଯାଇଛି । ସରପଞ୍ଚ, ୱାର୍ଡ ସଭ୍ୟଙ୍କ ଉପସ୍ଥିତିରେ ଟ୍ରଷ୍ଟର ଜୋନାଲ ମୁଖ୍ୟ କୌଶିକ ବିମଳକାନ୍ତ କୁଅଁର, ହାଟଡିହି ବ୍ଲକ ସଂଯୋଜକ ସୁଜାତା ମହାପାତ୍ର, ବାଉଁଶଗଡ ପଞ୍ଚାୟତର ସଂଯୋଜକ ସୁମନ୍ତ କୁମାର ଓଝା, ଶାସଙ୍ଗ ପଞ୍ଚାୟତର ସଂଯୋଜକ ସ୍ୱପ୍ନା ସାଗରୀକା ବେହେରା, ଅକରୁଆ ପଞ୍ଚାୟତର ସଂଯୋଜକ ସଂଜୀବ କୁମାର ନାୟକ, ବଞ୍ଚୋ ପଞ୍ଚାୟତର ସଂଯୋଜକ ମଧୁସ୍ମୀତା ପାତ୍ର, କୋଳିମାଟି ପଞ୍ଚାୟତର ସଂଯୋଜକ ଉଜ୍ଜଳି ପାତ୍ର ପ୍ରମୁଖ ଉପସ୍ଥିତ ରହି ଟ୍ରଷ୍ଟର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିବା ସହିତ ଅସହାୟ ମହିଳାଙ୍କୁ ସହାୟତା ପ୍ରଦାନ କରିଥିଲେ ।


