ପାରିପାଶ୍ୱିର୍କ ଉନ୍ନୟନ କାର୍ଯ୍ୟ ନେଇ ଓଏମସି ପକ୍ଷରୁ ସରପଞ୍ଚ ଓ ସମିତିସଭ୍ୟ ମାନଙ୍କୁ ନେଇ ବୈଠକ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଙ୍ଗୁର ଓଏମସି ପକ୍ଷରୁ ପାରିପାଶ୍ୱିର୍କ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଖଣଇ ପାଶ୍ୱର୍ବର୍ତ୍ତୀ ପଞ୍ଚାୟତ ସମୁହର ସରପଞ୍ଚ ଓ ସମିତିସଭ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ରିଜିଓନାଲ ମ୍ୟାନେଜର ମନୋଜ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସିନିୟର ମ୍ୟାନେଜର ଦେବାଶିଷ ନାୟକ, ସିନିୟର ମ୍ୟାନେଜର (ପର୍ସନାଲ) ପିଙ୍କି ହେମ୍ରମ, ସାମାଜିକ ଉନ୍ନତି ବୋଧକ ପରାମର୍ଶଦାତା ମଧୁସ୍ମୀତା ଦାସ, ବାଙ୍ଗୋର ସରପଞ୍ଚ ଅଙ୍କିତା ପଢ଼ିହାରୀ, ସମିତିସଭ୍ୟା ମନୋରମା ପଣ୍ଡା, ବାଲିବରେଇ ସରପଞ୍ଚଙ୍କ ପ୍ରତିନିଧି ଅଜୟ କୁମାର ଘଡେଇ, ସମିତିସଭ୍ୟାଙ୍କ ପ୍ରତିନିଧି ଅଭୟ କୁମାର ଜେନା, ପଢ଼ିଆରିପଲ୍ଲୀ ସରପଞ୍ଚ ଅଜିତ କୁମାର ରାଉତ, ସୋସୋ ପଞ୍ଚାୟତର ସରପଞ୍ଚ ରାଜକୁମାର ଦାସ, ସମିତିସଭ୍ୟା ଅରୁନ୍ଧତି ସେଣ, ଧନୁର୍ଜୟପୁର ସରପଞ୍ଚ ସର୍ଦ୍ଦାର ହୋ, ସମିତିସଭ୍ୟ ସୁନାରାମ ଟୁଡୁ ପ୍ରମୁଖ ଯୋଗଦେଇ ବିଭିନ୍ନ ପଞ୍ଚାୟତର ସମସ୍ୟା ଓ ତାର ପ୍ରତିକାର ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷକରି ସରପଞ୍ଚ ଓ ସଭିତିସଭ୍ୟ ସଭ୍ୟା ମାନେ ପାନୀୟଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ସୋଲାର ଲାଇଟ ଉପରେ ଆଲୋଚନା କରିଥିଲେ । ଏନେଇ ପ୍ରତି ପଞ୍ଚାୟତରୁ ଚିଠା ପ୍ରସ୍ତାବ ଦେବାପାଇଁ ରିଜିଓନାଲ ମ୍ୟାନେଜର ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ