ଉମିଦ ସଦସ୍ୟଙ୍କ ବୌଦ୍ଧବିହାର ପରିଦର୍ଶନ

ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ଷୋଳମପୁର ସ୍ଥିତ ବୌଦ୍ଧ ବିହାରକୁ ଆଜି ଉମିଦ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟ ମାନେ ପରିଦର୍ଶନ କରିଛନ୍ତି । ପୂର୍ବେ ଉକ୍ତ ସ୍ଥାନଟି ଅବହେଳିତ ଅବସ୍ଥାରେ ଥିବାବେଳେ କିଛି ସରକାରୀ ଓ ବେସରକାରୀ ସାହାର୍ଯ୍ୟ ମିଳିବାରୁ ବୌଦ୍ଧବିହାରର କିଛିଟା ଉନ୍ନତିକରଣ ହୋଇଛି । କିନ୍ତୁ ବୌଦ୍ଧ ବିହାର ସଂଲଗ୍ନ କିଛି ସ୍ଥାନ ଏବେବି ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ଅନେକ କିର୍ତ୍ତୀ ରାଜି ଲୁଚି ଯାଇଛି । ତେଣୁ ସରକାରଙ୍କ ତରଫରୁ ଏଠାରେ ଖନନ କାର୍ଯ୍ୟ କରାଯିବା ସହ ବୌଦ୍ଧ କିର୍ତ୍ତିରାଜିକୁ ଉଦ୍ଧାର କରିବା ଓ ଏøତିହ୍ୟ ବହନ କରୁଥିବା ଦୁଇଗୋଟି ପୋଖରୀର ପୁନରୁଦ୍ଧାର ମଧ୍ୟ ଜରୁରୀ ଆବଶ୍ୟକତା ହୋଇପଡିଛି । ଉମିଦ ସଦସ୍ୟ ମାନେ ଉକ୍ତ ସମସ୍ତ ସମସ୍ୟାକୁ ଉପଲବ୍ଧି କରିବା ସହ ମୁଖ୍ୟ ରାସ୍ତାରୁ ବୌଦ୍ଧ ବିହାରକୁ ସ୍ଥାୟୀ ଉନ୍ନତମାନର ରାସ୍ତା ନିର୍ମାଣ ମଧ୍ୟ ଆବଶ୍ୟକ ଥିବା ଅନୁଭବ କରିଛନ୍ତି । ତେଣୁ ସଂସ୍କୃତି ଏøତିହ୍ୟ ବହନ କରୁଥିବା ବୌଦ୍ଧବିହାରର ସର୍ବାଙ୍ଗିନ ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ସମେତ ସରକାରଙ୍କ ନିକଟରେ ଦୃଢ ଦାବି ଜଣାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ