ଓଡ଼ିଆଙ୍କ ସେବାରେ “ସୁରତ ପ୍ରବାସୀ ଓଡିଆ ସମାଜ ଟ୍ରଷ୍ଟ”

ବୁଗୁଡା, (ଅନିଲ ମହାରଣା):ବିଶିଷ୍ଠ ସାମାଜସେବୀ, ସୁରତ ପ୍ରବାସୀ ଓଡ଼ିଆ ସମାଜ ର ପ୍ରତିଷ୍ଠାତା ତଥା ସଭାପତି ପ୍ରଦୀପ କୁମାର ସାହୁ ମହୋଦୟଙ୍କ ପ୍ରଚେଷ୍ଟାରେ ସୁରାଟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ପ୍ରବାସୀ ଓଡ଼ିଆଙ୍କ ଉନ୍ନତି ପାଇଁ ବହୁତ କାର୍ଯ୍ୟ ହୋଇପାରିଛି। ଗତ ସେପ୍ଟେମ୍ବର ୧୫ ତାରିଖ ଦିନ ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଲକ ଅନ୍ତର୍ଗତ ଗ୍ରାମ-କେନ୍ଦୁବାଡି ନୂଆସାହି , ପୋଷ୍ଟ-ମନ୍ଦାର ର ଜଣେ ମହିଳା ଶ୍ରମିକ ଯୋଗେନ୍ଦ୍ର ମଳିକଙ୍କ ପତ୍ନୀ ସୁନିତା ମଳିକ ଏକ ସାତ ମହଲା କୋଠାରେ କାର୍ଯ୍ୟ କରୁଥିବା ବେଳେ ଗୋଡ ଖସି ଯିବାଯୋଗୁଁ ତଳେ ପଡି ପ୍ରାଣ ହରାଇଥିଲେ। ଓଡ଼ିଆ ସମାଜ ଟ୍ରଷ୍ଟ ଏଥିରେ ହସ୍ତକ୍ଷେପ କରି ସ୍ବର୍ଗତ ଶ୍ରୀମତୀ ମଳିକଙ୍କ ପରିବାର ପାଇଁ ପାଞ୍ଚ ଲକ୍ଷ ଟଙ୍କା କ୍ଷତିପୂରଣ ଅର୍ଥ କରାଇ ଦେଇଥିଲେ। ସୁରାଟ ମହାନଗରର ଉଧାନ ପଟେଲ ନଗର ଅଞ୍ଚଳର ଏକ ମହିଳା ମଣ୍ଡଳ ପାଇଁ ପ୍ରବାସୀ ଓଡ଼ିଆ ସମାଜ ପକ୍ଷରୁ ରାସନ କାର୍ଡ କରାଯାଇ ଥିଲା। ସେହିପରି ବାମରୋଲ ଅଞ୍ଚଳରେ ଅନ୍ୟ ଏକ ମହିଳା ମଣ୍ଡଳ ପାଇଁ ଗୁଜରାଟ ସରକାରଙ୍କ ପକ୍ଷରୁ ବିନା ସୁଧାରେ ଏକ ଲକ୍ଷ ଟଙ୍କାର ଋଣ ବ୍ୟବସ୍ଥା ମଧ୍ୟ ଟ୍ରଷ୍ଟ ଚେଷ୍ଟାରେ ହୋଇ ପାରିଥିଲା। ଯାହା ଫଳରେ ମହିଳା ମଣ୍ଡଳର ୧୦ ଜଣ ସଭ୍ୟା ୧୦ ହଜାର ଟଙ୍କା ଲେଖାଏଁ ପାଇ ପାରିଥିଲେ। ଗତକାଲି ବିଭିନ୍ନ ମହିଳା ମଣ୍ଡଳକୁ ନେଇ ମଧ୍ୟ ବୈଠକ ଅନୁଷ୍ଠିତ ହୋଇଥିଲା। ସେହି ବୈଠକରେ ପ୍ରବାସୀ ଓଡ଼ିଆ ସମାଜର ସଭାପତି ପ୍ରଦୀପ କୁମାର ସାହୁ ଯୋଗ ଦେଇ ମହିଳା ମଣ୍ଡଳ ସଦସ୍ୟା ମାନଙ୍କୁ ନିଜ ପରିବାରର ଭବିଷ୍ୟତ ପାଇଁ ବାର୍ଷିକ ଦୁଇଶହ ଟାଣ ଜମାଦେଇ ଗୁଜରାଟ ସରକାରଙ୍କ ସହଯୋଗ ରେ ହୋଇଥିବା ବୀମା ଯୋଜନାରେ ୧୦ ଲକ୍ଷ ଟଙ୍କାର ବିମାଭୁକ୍ତ ହେବାକୁ ଅନୁରୋଧ କରିଥିଲେ। ଏଥିସହ ଗୁଜୁରାଟ ସରକାର ବିନା ସୁଧାରେ ୧୦ ମହିଳାଙ୍କୁ ନେଇ ଗଠିତ ମହିଳା ମଣ୍ଡଳ କୁ ଏକ ଲକ୍ଷ ଟଙ୍କା ଦେଉଥିବା ବେଳେ ସମସ୍ତେ ତାହାର ସୁବିଧା ନେବାକୁ ପରାମର୍ଶ ଦେଇଥିଲେ। ସମସ୍ତ ପ୍ରବାସୀ ଏକଜୁଟ ହୋଇ ରହିଲେ ଆହୁରି ଅନେକ ସୁବିଧା ସୁଯୋଗ ପାଇପାରିବା ବୋଲି ମତ ପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଫିସ ସମ୍ପାଦକ ଜୟରାମ ଦଳେଇ, ପ୍ରଦୀପ ସାହୁ, ପୁଷ୍ପାଞ୍ଜଳି ଦେବୀ ମଧ୍ୟ ନିଜ ବକ୍ତବ୍ୟରେ ସମସ୍ତ ପ୍ରବାସୀ ଓଡ଼ିଆ ଏକଜୁଟ ହେବାକୁ ଆହ୍ୱାନ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ