ଓଡ଼ିଶାର ସହରାଞ୍ଚଳ ବିକାଶ ପାଇଁ ୫ ବର୍ଷରେ ୮୮୫.୫୮ କୋଟି ପ୍ରଦାନ କରିଛନ୍ତି ମୋଦି ସରକାର
ଭୁବନେଶ୍ୱର,(ୱାଇଏନ୍ଏସ୍): ୧୩ ଅକ୍ଟୋବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ‘ଅମୃତ’ ଯୋଜନା ମାଧ୍ୟମରେ ଓଡିଶାକୁ ୨୦୧୫-୨୦ ମଧ୍ୟରେ ୮୮୫.୫୮ ରକାଟି ପ୍ରଦାନ କରିଛନ୍ତି । ଏହା ଓଡିଶାର ସହରାଞ୍ଚଳ ଗୁଡିକର ବିକାଶ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଥିବା ପ୍ରତିବଦ୍ଧତାକୁ ଦର୍ଶାଉଛି ବୋଲି ଟ୍ୱିଟ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଟଳ ମିଶନ ‘ଅମୃତ’ ର ଯୋଜନା ମାଧ୍ୟମରେ ଓଡିଶା ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର ,ବ୍ରହ୍ମପୁର,କଟକ, ପୁରୀ, ରାଉଲକେଲା ଓ ସମ୍ବଲପୁର ଭଳି ସହର ଗୁଡିକରେ ସହରାଞ୍ଚଳ ଭିତ୍ତିଭୂମିର ଉନ୍ନତିକରଣ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିିଂହ ପୁରୀ କୁ ଟ୍ୱିଟ କରି ଧନ୍ୟବାଦ ଜଣାଇଛନ୍ତି | ଶ୍ରୀ ପ୍ରଧାନ କହିଛନ୍ତି ଏହି ଯୋଜନାରେ ପାନୀୟ ଜଳର ଯୋଗାଣ ଓ ପରିମଳ ପରିଚାଳନା ,ବର୍ଜ୍ୟ ଜଳ ନିଷ୍କାସନ, ସବୁଜ ପରିବେଶ,ପାର୍କ ଓ ଅଣ-ମୋଟର ଚାଳିତ ସହରାଞ୍ଚଳ ପରିବହନ ଭଳି ମୌଳିକ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ବାର୍ଷିକ କାର୍ଯ୍ୟ ଯୋଜନା (ସାପ୍) ଅଧୀନରେ ଓଡିଶା ପାଇଁ ୧୫୯୯ କୋଟି ଟଙ୍କା ମଞ୍ଜୁର କରାଯାଇଛି | ଭୁବନେଶ୍ୱର ଓ ରାଉଳକେଲାରେ ସ୍ମାର୍ଟ ସିଟି ମିଶନ ସହ ସ୍ୱୟିଂଚାଳିତ ଜଳ ବିଶାଧନ ପ୍ଲାଣ୍ଟ ,ପାର୍କର ବିକାଶ, ଜରୁରୀ କାଳୀନ ସୌରାଚାଳିତ ପମ୍ପ ସ୍ଥାପନ ଭଳି ପ୍ରକଳ୍ପ ଲୋକଙ୍କ ଆକାଂକ୍ଷାକୁ ପୂରଣ କରୁଛି । ଏହି ଯୋଜନା ଅଧୀନରେ ଓଡିଶାକୁ ୧୯୧ଟି ପ୍ରକଳ୍ପ ମଞ୍ଜୁର କରାଯାଇଥିବା ବେଳେ ସେଥି ମଧ୍ୟରୁ ୧୫୨ଟି ପ୍ରକଳ୍ପ ସମାପ୍ତ ହୋଇଛି | ଓ ଅବଶିଷ୍ଟ ୩୯ ପ୍ରକଳ୍ପରେ କାମଜାରି ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।


