ଟ୍ରଲିରେ ହସ୍ପିଟାଲ ନେବା ଘଟଣା; ମାନବାଧିକାର ଆୟୋଗରେ ଅଭିେଯାଗ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ଆମ୍ବୁଲାନ୍ସ ସେବା ନ ପାଇ ନିଜ ପତ୍ନୀଙ୍କୁ ଟ୍ରଲିରେ କଟକ ବଡ ଡାକ୍ତରଖାନା ନେବା ଘଟଣାକୁ ନେଇ ରାଜ୍ୟ ମାନବାଧିକାର ଆୟୋଗରେ ଅଭିେଯାଗ ହୋଇଛି। ଘଟଣାର ଗମ୍ଭୀରତା ଦୃଷ୍ଟିରୁ ଆୟୋଗ ନିଜସ୍ବ ସଂସ୍ଥା ଜରିଆରେ ତଦନ୍ତ କରିବାକୁ ଆଡ଼ଭୋକେଟ ବିଶ୍ବପ୍ରିୟ କାନୁନଗୋଙ୍କ ସମେତ ୬ ଜଣ ଆଇନଜୀବୀ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅଭିେଯାଗକାରୀ ଦର୍ଶାଇଛନ୍ତି ଯେ ସାଧାରଣେଲାକଙ୍କ ସ୍ବାସ୍ଥ୍ୟସେବା ଲାଗି ସରକାର ବିଭିନ୍ନ ଯୋଜନା କରିଛନ୍ତି। ଚଳିତ ମାସ ୧୦ ତାରିଖରେ ନିଜ ଅସୁସ୍ଥ ପତ୍ନୀଙ୍କୁ ନେବା ଲାଗି ସାକ୍ଷିଗୋପାଳ ଦାସବିଦ୍ୟାଧରପୁର ଗାଁର କବିର ଭୋଇ ଆମ୍ବୁଲାନ୍ସ ସେବା ପାଇ ନ ଥିଲେ। ଫଳରେ ପତ୍ନୀ ସୁକାନ୍ତି ଭୋଇଙ୍କୁ ଟ୍ରଲିରେ ୯୦ କିଲୋମିଟର ନେଇ କଟକ ବଡ଼ ମେଡିକାଲରେ ପହଞ୍ଚିଥିଲେ। ଡାକ୍ତର ସେଠାରେ ତାଙ୍କର ଚିକିତ୍ସା କରିଥିଲେ ମଧ୍ୟ ବିଳମ୍ବରେ ପହଞ୍ଚିବା କାରଣରୁ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା। କବିରଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଁ ଆବେଦନପତ୍ରରେ ଦର୍ଶାଇଛନ୍ତି। ଏହିଭଳି ଅମାନୁଷିକ ଘଟଣା ଯେଭଳି ଭବିଷ୍ୟତରେ ପୁନରାବୃତ୍ତି ନ ଘଟେ ସେଥିପାଇଁ କ’ଣ ଆବଶ୍ୟକ ପଦକ୍ଷେପ ନିଆଯାଇପାରିବ ସେ ସମ୍ପର୍କରେ ଅନୁଧ୍ୟାନ ପାଇଁ ଏକ ସ୍ୱାଧୀନ କମିଟି ଗଠନ କରିବାକୁ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦେଶ ଦେବା ପାଇଁ ମଧ୍ୟ ନିବେଦନ କରାଯାଇଛି।


