ଓଡିଶା ଆର୍ଦଶ ବିଦ୍ୟାଳୟରେ ଶିକ୍ଷକ, ଅଭିଭାବକ ବୈଠକ
ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ, ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଭିଭାବକ ବନମାଳୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ କ୍ରୀଡା ଶିକ୍ଷକ ରତିକାନ୍ତ ପଣ୍ଡା ପି.ଟି.ଏ ଗାଇଡ୍ ଲାଇନ୍ ସଂପର୍କରେ ଆଲୋକପାତ କରିଥିଲେ । ଶିକ୍ଷକ ସମର କୁମାର ପରିଡା ମୋ ସ୍କୁଲ ଅଭିଯାନ ସଂପର୍କରେ ସଚେତନ କରାଇଥିଲେ । ହିନ୍ଦି ଶିକ୍ଷୟିତ୍ରୀ ଧ୍ରୁତିତପା ମଲ୍ଲିକ ପୂର୍ବ ବୈଠକରେ ବିବରଣୀ ପାଠ କରିଥିଲେ । ଭାରାପ୍ରାପ୍ତ ଅଧ୍ୟକ୍ଷ ମନରଞ୍ଜନ ବଳ ବାର୍ଷିକ ବିବରଣୀ ପାଠ କରି ବିଦ୍ୟାଳୟ ବନ୍ଦ ଥିବା ବେଳେ ଅନଲାଇନ୍ ଶିକ୍ଷାଦାନ ଦିଆଯାଉଥିବା ଏବଂ ଜିଲାର ପ୍ରଥମ ସ୍କୁଲ ଭାବରେ ଗତ ୨୦୨୦ ଏପ୍ରିଲ ୧୩ ଠାରୁ ଅଦ୍ୟାବଧି ଅନଲାଇନ୍ ପାଠ ପଢା ଚାଲୁରହିଥିବା ସୂଚନା ଦେଇଥିଲେ । କାର୍ୟ୍ୟକ୍ରମ ଓ ପ୍ରତିଯୋଗିତା ଗୁଡିକ ଅନଲାଇନ ମାଧ୍ୟମରେ ହେଉଥିବା ଏବଂ ପିଲା ମାନଙ୍କର ମାର୍କ ଅନ୍ଲାଇନରେ ପ୍ରଦର୍ଶିତ କରାଯିବା ସଂପର୍କରେ ସୂଚନା ଦେଇଥିଲେ । ଏଥିସହ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ ସଂପର୍କରେ ସୂଚନା ଦେଇଥିଲେ । ଅଭିଭାବକ ସେକ୍ ଜଲାଲଉଦ୍ଦୀନ ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ୨ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ ।


