ଓସ୍ତପୁର ପ୍ରାଥମିକ ବିଦ୍ୟାଳୟ ୨ବର୍ଷ ହେବ ବନ୍ଦ ଏବେ ସେହି ବିଦ୍ୟାଳୟରେ ପୋଲିଂ ବୁଥ୍

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପ୍ରାଥମିକ ବିଦ୍ୟାଳୟଟି ପ୍ରାୟ ଦୁଇବର୍ଷରୁ ଉର୍ଦ୍ଧ୍ୱ ହେବ ନିକଟସ୍ଥ କଂସାର ସାହସପୁର ହାଇସ୍କୁଲ ସହିତ ମିଶ୍ରଣ ହୋଇଯାଇଛି । ସେହି ବିଦ୍ୟାଳୟର ପୁରୁଣା ଗୃହରେ ଏକ ରୁରାଲ୍ ଜିମ୍ ଖୋଲିଥିବା ବେଳେ ସେଠାରେ ସ୍କୁଲର କୌଣସି ଆସବାବ ପତ୍ର ନାହିଁ କି ସ୍କୁଲ ଭାବରେ ବ୍ୟ ବହାର ହେଉନାହିଁ । ସେହି ରୁରାଲ ଜିମ୍‌କୁ ଓସ୍ତପୁର ସରପଞ୍ଚ ପ୍ରସନ୍ନ ରାଉତ, ୮ନଂଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟ ରଶ୍ମିରଞ୍ଜନ ରାଉତ ଓ କେନ୍ଦ୍ରାପଡା ବ୍ଲକ ବିଡିଓ ମିଳିତ ଭାବେ ଉଦ୍‌ଘାଟନ କରିଥିଲେ । ସେଠାରେ ବର୍ଷାଧିକ କାଳ ହେବ ରୁରାଲ ଜିମ୍ ଚାଲିଥିବା ବେଳେ ହଠାତ୍ ଗତକାଲି ରାତିରେ ଓସ୍ତପୁର ପ୍ରାଥମିକ ବିଦ୍ୟାଳୟ ଲେଖା ଥିବା ଏକ ବ୍ୟାନର ଝୁଲାଇ ଦିଆଯାଇଥିବା ବେଳେ ସେହି ଜିମ କାନ୍ଥରେ ବୁଥ୍ ନଂ ୨୩୦ ବୋଲି ଲେଖି ଦିଆଯାଇଛି । ଏଥିସହିତ ଜିମ୍‌ର ସମସ୍ତ ଆସବାବ ପତ୍ରକୁ ନିକଟସ୍ଥ ଅଙ୍ଗନୱାଡି କେନ୍ଦ୍ର ଗୃହକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରି ଦିଆଯାଇଛି । ଏହା କିପରି ସମ୍ଭବ ହେଲା ବୋଲି ସ୍ଥାନୀୟ ଲୋକେ ପ୍ରଶାସନକୁ ପ୍ରଶ୍ନ କରିଛନ୍ତି । ଗୋଟିଏ ବିଦ୍ୟାଳୟ ବନ୍ଦ ହୋଇଯାଇଥିବା ବେଳେ ଏବଂ ସେଠାରେ ଏକ ଜିମ ଚାଲିଥିବା ବେଳେ ପୂର୍ବରୁ କୈାଣସି ସୂଚନା ଦିଆନଯାଇ ହଠାତ ସେଠାରେ ବୁଥ କରାଯିବା ଘଟଣା ସମ୍ପର୍କରେ ଆପ୍‌ର ସଂଯୋଜକ ସୂର୍ଯ୍ୟକାନ୍ତ ପରିଡା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ