ଓଡ଼ିଶା ଉପ-କନିଷ୍ଠ ଖୋଖୋ ଖେଳାଳିଙ୍କ ମହାରାଷ୍ଟ୍ର ଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱରରେ ସପ୍ତାହ ବ୍ୟାପୀ ପ୍ରଶିକ୍ଷଣ ପରେ ଓଡ଼ିଶା ଖୋଖା ଉପ-କନିଷ୍ଠ ଦଳ ବୁଧବାର ମହାରାଷ୍ଟ୍ର ଯାତ୍ରା କରିଛନ୍ତି । ଜିଲା କ୍ରୀଡ଼ାସଂଘ ପକ୍ଷରୁ ଓଡ଼ିଶା ଦଳର ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ କ୍ରୀଡ଼ା ସଂଘର କାର୍ଯ୍ୟକାରୀ ସଭାପତି ଅଧୀପ ଦାସ, ସାଧାରଣ ସମ୍ପାଦକ ଅଭୟ ମହାପାତ୍ର, ସହ-ସାଧାରଣ ସମ୍ପାଦକ ପଦ୍ମଲୋଚନ ଲେଙ୍କା, କୋଷାଧ୍ୟକ୍ଷ ଅମର କୁମାର ମହାନ୍ତି, ଉପ-ସଭାପତି ବୀରେନ୍ଦ୍ର କୁମାର ସ୍ୱାଇଁ, ଖୋ ଖୋ ସମ୍ପାଦକ କର୍ତ୍ତିକ ଚନ୍ଦ୍ର ନାୟକ, ଯୁଗ୍ମ ସମ୍ପାଦକ ସଂଜୟ କୁମାର ଲେଙ୍କା ଓ ଜଗଦ୍ଦୀଶ ବେହେରା, ସୁଜୟ କୁମାର ଆଚାର୍ଯ୍ୟ, ନିମାଇ ଚରଣ ରାଉତରାୟ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଆସନ୍ତା ୨୯ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ମହାରାଷ୍ଟ୍ର ସତାରା ଠାରେ ହେବାକୁ ଥିବା ଜାତୀୟ ଉପ-କନିଷ୍ଠ ଖୋଖୋ ପ୍ରତିଯୋଗିତାରେ ଓଡ଼ିଶା ଦଳ ନିଶ୍ଚିତ ସଫଳତା ପ୍ରଦର୍ଶନ କରିବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ । କ୍ରୀଡ଼ା ସଂଘର କର୍ମକର୍ତ୍ତାମାନେ ଖେଳାଳଙ୍କର ସଫଳ ଯାତ୍ରା କାମନା କରିଥିଲେ । ଗତ ୧୮ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର ଖ୍ରୀଷ୍ଟିଆନ ପଡ଼ିଆରେ ଚାଲିଥିବା ରାଜ୍ୟ ସ୍ତରୀୟ ଖୋ ଖୋ ପ୍ରଶିକ୍ଷଣରେ ବାଳକ ଓ ବାଳିକା ବିଭାଗରେ ମୋଟ ୩୦ ଜଣ ଖେଳାଳି ପ୍ରଶିକ୍ଷଣ ନେଉଥିଲେ । ବାଙ୍କୀର ରାଜେଶ ରୋଷନ ପ୍ରଧାନ ଓ ବାଲେଶ୍ୱରର ମଳୟ ରଂଜନ ବେହେରା ପ୍ରଶିକ୍ଷଣ ପ୍ରଦାନ କରୁଥିଲେ । ତନ୍ମଧ୍ୟରୁ ପ୍ରତିଯୋଗିତା ପ୍ରତିଯୋଗିତା ପାଇଁ ୨୪ ଜଣ ଖେଳାଳି ମନୋନୀତ ହୋଇଛନ୍ତି । ତେବେ ଏହି ଜାତୀୟ ପ୍ରତିଯୋଗିତାରେ ଓଡ଼ିଶା ଦଳ ନିଶ୍ଚିତ କୃତିତ୍ୱ ହାସଲ କରିବ ବୋଲି କୋଚ ଶ୍ରୀ ବେହେରା ଆଶା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ