କଟକ – ଚାନ୍ଦବାଲି ରାସ୍ତାରେ ୫ଲକ୍ଷ ୮୨ହଜାର ଲୁଟ
କେନ୍ଦ୍ରାପଡା : କଟକ – ଚାନ୍ଦବାଲି ରାସ୍ତାରେ ସୋମବାର ଦିବାଲୋକରେ ଜନୈକ ବ୍ୟବସାଇଙ୍କ ଠାରୁ ୫ଲକ୍ଷ ୮୨ହଜାର ୫ଶହ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ସଦର ଥାନା ଅନ୍ତର୍ଗତ ବସପୁର ଅଟାବୁହା ଗ୍ରାମର ହେମନ୍ତ କୁମାର ସାହୁ ନାମକ ବ୍ୟବସାଇ ଏକ ବୋଲେରୋ ପିକଅପରେ କଟକ ମାଲଗୋଦାମକୁ ସଉଦା ଆଣିବାକୁ ଯାଉଥିବା ବେଳେ ପଛପଟରୁ ଏକ ଆପାଚି ବାଇକରେ ୨ଜଣ ହଠାତ ଆସି ତାଙ୍କ ଗାଡିକୁ ଅଟକାଇ କାହିଁକି ତାଙ୍କ ଉପରକୁ ପାନଛେପ ପକାଇଲ ବୋଲି ମିଛରେ ଯୁକ୍ତିତର୍କ କରି ତାଙ୍କ ପାଖରେ ଥିବା ୫ଲକ୍ଷ ୮୨ହଜାର ୫ଶହ ଟଙ୍କା ଛଡାଇ ନେଇଥିବା ସଂପୃକ୍ତ ବ୍ୟବସାଇ ସାଲେପୁର ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ।


