କରୋନା ସଂକ୍ରମଣ ଆଶଙ୍କାରେ ଜନ ଅଭିଯୋଗ ଶୁଣାଣୀ ବନ୍ଦ
କେନ୍ଦ୍ରାପଡା : କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଉପରେ କଟକଣା ଜାରି କରାଯାଇଛି । ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ଭିତର କନିକାକୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଏହି କଟକଣା ଲାଗୁ କରାଯଅଇଥିôବା ବେଳେ ତୁଳସୀକ୍ଷେତ୍ରର ଆରଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ସୁରକ୍ଷା ନିମନ୍ତେ ମଧ୍ୟ ଏହି କଟକଣା ଜାରି କରାଯାଛି । କିନ୍ତୁ କୈାଣସି ଗହଳି ନ କରି ମଠ ମନ୍ଦିରକୁ ଭକ୍ତମାନେ ଦର୍ଶନ କରି ପାରିବେ ।


