କଣ୍ଟାପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ
ନିମାପଡା, ( ସନ୍ତୋଷ ଦାଶ) : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କଣ୍ଟାପଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଝାଟ କିଶୋର ନାୟକଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ସ୍କୁଲର ପ୍ରଧାନ ଶିକ୍ଷକ ଯୁଧିଷ୍ଠିର ପ୍ରଧାନଙ୍କ ସଭାପତିତ୍ୱରେ ଏକ ବର୍ଣାଢ୍ୟ ପରିବେଶ ମଧ୍ୟରେ ପାଳିତ ହୋଇଛି । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ ଇଂ. ତୁଷାରକାନ୍ତି ବେହେରା ,ବରେଣ୍ୟ ଅତିଥି ଭାବେ ପୁରୀଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ ଏବଂ ମୁଖ୍ୟବକ୍ତା ଭାବେ ଅସ୍ତରଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ସମ୍ପାଦକ ସ୍ୱାଧୀନ କୁମାର ନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅସ୍ତରଙ୍ଗ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ମିନତୀ ସ୍ୱାଇଁ, ଅସ୍ତରଙ୍ଗ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ମମତା ମଞ୍ଜରୀ ନାୟକ, କେନ୍ଦ୍ରାପଟି ଗ୍ରାମ ପଞ୍ଚାୟତର ସରପଞ୍ଚ ମଙ୍ଗୁଳି ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଚିତ୍ରାନନ୍ଦ ପାତ୍ର, ଅଶୋକ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟର ସହକାରୀ ଶିକ୍ଷକ ରବୀନ୍ଦ୍ର କୁମାର ସ୍ୱାଇଁ, ପ୍ରଫୁଲ୍ଲ ସେଣ, ପାଣ୍ଡଵ କୁମାର ସ୍ୱାଇଁ ଏବଂ ସୁକାନ୍ତ କୁମାର ପ୍ରଧାନ ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।ବିଦ୍ୟାଳୟର ପ୍ରତିଷ୍ଠାତା ତଥା କାକଟପୁର ରାଜନୀତିର ଜନ ନାୟକ ଗାନ୍ଧିବାଦୀ ନେତା, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ ଏବଂ ତାଙ୍କର ବନ୍ଧୁ ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ, ସ୍ଥାନୀୟ ଅଞ୍ଚଳର ଜଣେ ନିର୍ଭିକ ତଥା ସ୍ପଷ୍ଟବାଦୀ ବ୍ୟକ୍ତିତ୍ୱ ଶ୍ରୀଯୁକ୍ତ ଲକ୍ଷ୍ମୀଧର ମିଶ୍ରଙ୍କ ପ୍ରଚେଷ୍ଟା ଓ ଉଦ୍ୟମକୁ ବୈଠକରେ ଉପସ୍ଥିତ ଅତିଥି ମାନେ ଭୁୟସୀ ପ୍ରଶଂସା କରିଥିଲେ। କଣ୍ଟାପଡା ପରି ଏକ ନିଚ୍ଛକ ଗ୍ରାମାଞ୍ଚଳରେ ଉଚ୍ଚ ବିଦ୍ୟାଳୟ ସ୍ଥାପନା କରି ସ୍ଥାନୀୟ ଅଂଚଳର ପ୍ରତିଟି ହୃଦୟରେ ସ୍ଥାନିତ ହେବା,ଛାତ୍ରଛାତ୍ରୀ ମାନେ ଦୁରକୁ ନଯାଇ ନିଜ ଗାଁ ନିକଟରେ ପାଠ ପଢିବା ପାଇଁ ସୁଯୋଗ ପାଇବା ସହିତ ଉଭୟ ପ୍ରତିଷ୍ଠାତାଙ୍କୁ ସ୍ଥାନୀୟ ଜନସାଧାରଣ ଚିରଦିନ ପାଇଁ ମନେ ରଖିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଉକ୍ତ ବିଦ୍ୟାଳୟ ଶିକ୍ଷା ବିଭାଗ ଦ୍ୱାରା ସ୍ମାର୍ଟ ସ୍କୁଲରେ ଅନ୍ତର୍ଭୁକ୍ତ ହୋଇଥିବାରୁ ବିଦ୍ୟାଳୟରେ ଆଗକୁ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରାଯିବ ବୋଲି ବିଧାୟକ ତଥା ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଥିଲେ।ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ ତଥା ଶିକ୍ଷକ ମାନେ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ନାୟକଙ୍କ ଗୁଣଗାନ କରିବା ସହିତ ତାଙ୍କର ଦୀର୍ଘମୟ ଜୀବନ କାମନା କରିଥିଲେ । ଉତ୍ସବରେ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ଝାଟକିଶୋର ନାୟକଙ୍କ ସମେତ ସ୍ଥାନୀୟ ଅଞ୍ଚଳର ପ୍ରାୟ ଦଶ ଜଣ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ସାମ୍ବାଦିକ, ନୃତ୍ୟଶିଳ୍ପୀ, ଉତ୍ସବର ମୁଖ୍ୟ ଉଦ୍ୟୋକ୍ତା, ଉକ୍ତ ବିଦ୍ୟାଳୟରେ ଶିକ୍ଷା ଲାଭ କରି ବର୍ତ୍ତମାନ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଅତିଥି ମାନେ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଦିତ କରିଥିଲେ।ଉତ୍ସବକୁ କାକଟପୁର ଉଚ୍ଚ ବିଦ୍ୟାଳୟର ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରତାପ କୁମାର ରାଉତ ସଂଯୋଜନା କରିଥିବାବେଳେ ପୂର୍ବତନ ଛାତ୍ର ଅଜିତ କୁମାର ସାହୁ, ଶରତ କୁମାର ବେହେରା,ମଙ୍ଗରାଜ ମହାନ୍ତି,ଦିଲ୍ଲୀପ ବିଶ୍ୱାଳ, ଆଲୋକ ରଞ୍ଜନ ମହାନ୍ତି, ଅଖିଳ ମହାନ୍ତି, ମନୋଜ କୁମାର ପଢ଼ିଆରୀ, ହରିଶଙ୍କର ମହାନ୍ତି, ଆଶିଷ କୁମାର ମହାନ୍ତି, ଆଦିତ୍ୟ କୁମାର ରାଉତ, ହିମାଂଶୁ ଶେଖର ବିଶ୍ୱାଳ, ଚନ୍ଦ୍ରମଣି କାଣ୍ଡି, ବସନ୍ତ କୁମାର ପ୍ରଧାନ, ପ୍ରଫୁଲ୍ଲ ପ୍ରଧାନ,ସୁନୀଲ କୁମାର ବିଶ୍ୱାଳ, ଶରତ ଚନ୍ଦ୍ର ମହାରଣା,ଅମରେଶ୍ୱର ବେହେରା,ପୂର୍ବତ୍ତନ ଛାତ୍ରୀ ରଶ୍ମିତା ମହାନ୍ତି ଏବଂ ପୁଷ୍ପଲତା ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ବିଦାୟୀ ଶିକ୍ଷକ ଶ୍ରୀ ନାୟକଙ୍କୁ ଏକ ବିରାଟ ବାଜା ବାଣ ଏବଂ ରୋଶଣିର ପଟୁଆରରେ କାକଟପୁର ବ୍ଲକ ଅଧିନସ୍ଥ ଛୋଟରାୟପୁର ଗ୍ରାମରେ ଥିବା ତାଙ୍କର ନିଜସ୍ୱ ବସଭବନରେ ପହଞ୍ଚାଇଦିଆଯାଇଥିଲା। ଶିକ୍ଷକ ଶ୍ରୀ ନାୟକ ଙ୍କୁ ବିଦାୟ ଦେବା ସମୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।