କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାରିଶ୍ରାମିକ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଆସୋସିଏସନ ତରଫରୁ ପାରିଶ୍ରାମିକର ବୃଦ୍ଧି ଏବଂ ଚୁକ୍ତିଭିତ୍ତିକ ନିୟମରେ ଅର୍ନ୍ତଭୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି ଗୋଷାଣୀ ବିଡିଓ କିଶୋର ଚନ୍ଦ୍ର ଦାସଙ୍କ ଜରିଆରେ ଏହି ପତ୍ର ପ୍ରେରଣ କରାଯାଇଛି । କନିଷ୍ଠ ଶିକ୍ଷକ ଶିକ୍ଷୟତ୍ରୀ ଆସୋସିଏସନର ସଭାପତି ପି.ଶ୍ରାବଣ କୁମାର,ସମ୍ପାଦିକା ନନ୍ଦିତା ପାତ୍ର ଜଣାଇଛନ୍ତି ଯେ,ଶିକ୍ଷା ଦାନ ଭଳି ଗୁରୁତ୍ୱପୁର୍ଣ୍ଣ କାର୍ଯ୍ୟ ଅତି ଦାୟିତ୍ୱର ସହ ତୁଲାଇ ଆସୁଛୁ । ତଥାପି ସଦାସର୍ବଦା ସରକାରୀକଳ ଦ୍ୱାରା ନିର୍ଯ୍ୟାତିତ ଓ ଅବହେଳିତ ହୋଇ ଆସୁଅଛୁ । ଆମ୍ଭେମାନେ ବର୍ତ୍ତମାନ ମାସିକ ୬୫୧୨ଟଙ୍କା ପାରିଶ୍ରମିକ ପାଉଛୁ । ଯାହାକି ଜଣେ ଅଣକୁଶଳୀ ଶ୍ରମିକ ଠାରୁ ମଧ୍ୟ କମ୍ ପାରିଶ୍ରାମିକ । ବର୍ତ୍ତମାନର ଦରବୃଦ୍ଧିରେ ଏହି ଦରମାରେ ପରିବାର ପରିପୋଷଣ ଅସମ୍ଭବ ହୋଇପଡିଛି । ଏଥି ସହ ଆମ୍ଭମାନଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ଉଚ୍ଛେଦ କରାଯିବା ଦାବିରେ ଗୋଷାଣୀ ବ୍ଲକ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏହି ସ୍ମାରକ ପତ୍ର ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ