କବିତା ସଂକଳନ ‘ ଅୟୁତ ସ୍ୱପ୍ନା’ ଉନ୍ମୋଚିତ
ନିମାପଡ଼ା (ସନ୍ତୋଷ ଦାଶ ): ଶୁକ୍ରବାର ଦିନ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ‘ଆରପାଖ ‘ ସାହିତ୍ୟ ସଂସଦ ର ଚତୁର୍ଥ ବାର୍ଷିକଉତ୍ସବ ଅନୁଷ୍ଠିତ ହୋଇଥିଲା l ଏଥିରେ ଅତିଥି ଭାବେ ପଦ୍ମ ବିଭୂଷଣ କଵି ରମାକାନ୍ତ ରଥ, କବୟତ୍ରୀ ମମତା ଦାସ, ଗାଳ୍ପିକ ରବି ପଣ୍ଡା, କଵି ରାଜକିଶୋର ଦାସ, ସତ୍ୟମ ବୁକ ଏଜେନସି ର ତତ୍ତ୍ୱlବଧାରକ ନୀଳଚକ୍ର ଦାସ ପ୍ରମୁଖ ଯୋଗଦାନ କରିଥିବାବେଳେ ଆରପାଖ ସାହିତ୍ୟ ସଂସଦ ର ସଭାପତି ମମତା ପଟ୍ଟନାୟକ ଉତ୍ସବ କୁ ପରିଚାଳନା କରିଥିଲେ l ଏହି ଅବସର ରେ କଵି ମନୋଜ ମିଶ୍ର ଙ୍କ ରଚିତ କବିତା ସଂକଳନ ‘ଅୟୁତ ସ୍ୱପ୍ନା ‘କୁ ଅତିଥି ମାନେ ଉନ୍ମୋଚନ କରିଥିଲେ l ଏହି ସଂକଳନ ରେ ସମୁଦାୟ 74 ଟି କବିତା ରହିଥିବା ବେଳେ ଏହା 128 ପୃଷ୍ଠା ସମ୍ବଳିତ l କଵି ଶ୍ରୀ ମିଶ୍ରଙ୍କ ଘର ପୁରୀ ଜିଲ୍ଲା ନୟାହାଟ ନିକଟସ୍ଥ ଧୁମlଳ ହୋଇଥିବା ବେଳେ ସେ ଏକାଧାର ରେ ଜଣେ ପ୍ରସିଦ୍ଧ ଗୀତିକାର, ସଂଗୀତ ନିର୍ଦେଶକ ଓ କବି ଅଟନ୍ତି l ତାଙ୍କ ର ପୂଜା ମ୍ୟୁଜିକ ନାମରେ ଏକ ଷ୍ଟଡ଼ିଓ ଓ ସଂଗୀତ ପ୍ରସ୍ତୁତ ସଂସ୍ଥା ରହିଛି l ମନୋଜ ଙ୍କୁ ସବୁମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିଛି l


