ଉଦ୍ଧାର ହରିଣର ଚିକିତ୍ସାଧୀନ ଅବ‌ସ୍ଥାରେ ମୃତ୍ୟୁ

ମୋହନା, (ଅଂଶୁମାନ ପ‌ଣ୍ଡା): ଗଜପତି ଜିଲ୍ଲାe ବିଭି‌ନ୍ନ ଜଙ୍ଗରେ ନିଆଁ ଲାଗୁଥିବାରୁ ଗଛ ପତ୍ର ପୋଡ଼ି ନଷ୍ଟ ହେଉଥିବା ବେଳେ ଜୀବଜନ୍ତୁମାନେ ଶୋଷ ମେ‌ଣ୍ଟାଇବା ପାଇଁ ନଦୀ କୂଳରେ ସନ୍ଧ୍ୟା ସମୟରେ ଆସନ୍ତି ପାଣି ପିଇବାପାଇଁ । ଶୁ‌କ୍ରବାର ଦିନ ସନ୍ଧ୍ୟା ସମୟରେ ମୋହନା ନିକଟସ୍ଥ ଅଠରନଳା ନଦୀକୁ ପାଣି ପିଇବାକୁ ଅସଥିବା ଏକ ହରିଣକୁ କିଛି କୁକୁରମାନେ ଘେରି ଯାଇଥିଲେ ଓ ତାକୁ କ୍ଷତ ବିକ୍ଷତ କରିଥିଲେ । ଖବର ପାଇ ମୋହନା ବନ ବିଭାଗ ଅଧିକାରୀଣି କଳ୍ପନା ନାୟକ ଓ ତାଙ୍କ କର୍ମଚାରୀ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ ହରିଣଟିକୁ ଉଦ୍ଧାର କରି ପଶୁ ଚିକିତ୍ସା କେନ୍ଦ୍ରକୁ ନେଇ ତାର ଚିକିତ୍ସା କରାଇଥିଲେ । ତାହାରି ଗୋଡ଼ ଓ ଦେହରେ ବିଭିନ ସ୍ଥାନରେ କୁକୁରମନେ କ୍ଷତ ବିକ୍ଷତ କରିଥିଲେ । ଡାକ୍ତର ପଣ୍ଡା ଚିକିତ୍ସା କରି ବନବିଭାଗୁ ହସ୍ତାନ୍ତର କରିଥିଲେ କିନ୍ତୁ ଶନିବାର ଦିନ ସକାଳୁ ହରିଣଟିର ମୃତ୍ୟୁ ଘଟିଛି । ଖବର ଜାଣିବା ପରେ କଳ୍ପନା ନାୟକ ପଶୁ ଚିକିତ୍ସା ଅଧିକାରୀଙ୍କୁ ଡାକି ତାହାର ଶବ ବ୍ୟବଚ୍ଛେଦ କରି ପୋତି ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ