‘କଳାକାର’ର ଏକକ ନୃତ୍ୟ ପ୍ରତିଯୋଗିତା ଉଦ୍‌ଯାପିତ

ବାଲେଶ୍ୱର, (ସରୋଜ ପଣ୍ଡା) : ‘କଳାକାର’ର ଶିଶୁନାଟକ ମହୋତ୍ସବର ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଶୀ, ସମ୍ବଲପୁରୀ ଓ ଦେଶାତ୍ମବୋଧକ ଏକକ ନୃତ୍ୟ ପ୍ରତିଯୋଗିତା ସ୍ଥାନୀୟ ସାଇ ନୃତ୍ୟ ସଂଗୀତ ମହାବିଦ୍ୟାଳୟ ମଂଚରେ ୨୪ ତାରିଖରୁ ୨୬ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇ କୃତୀ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଛି । ୨୪ ତାରିଖରେ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତାକୁ ସିନେ ପ୍ରଯୋଜକ ଡାକ୍ତର ଦେବବ୍ରତ ପ୍ରଧାନ ଉଦ୍‌ଘାଟନ କରିଥିବାବେଳେ ଏଥିରେ ୩୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ବିଚାରକ ଭାବରେ ଯୋଗ ଦେଇଥିଲେ ଗୁରୁ ଡକ୍ଟର ମନୋଜ କୁମାର ବେହେରା ଓ ଗୁର୍ବୀ ମିନାକ୍ଷୀ ବେହେରା । ୨୫ ତାରିଖରେ ସମ୍ବଲପୁରୀ ନୃତ୍ୟ ପ୍ରତିଯୋଗିତାରେ ମୋଟ ୨୩ ଜଣ ଅଂଶଗ୍ରହଣ କରିଥିବାବେଳେ ୨୬ ତାରିଖରେ ଅନୁଷ୍ଠିତ ଦେଶାତ୍ମବୋଧକ ନୃତ୍ୟ ପ୍ରତିଯୋଗିତାରେ ମୋଟ ୨୧ ଜଣ ଭାଗ ନେଇଥିଲେ । ସମ୍ବଲପୁରରୁ ଆସିଥିବା ଗୁରୁ ରଂଜନ କୁମାର ସାହୁ, ଗୁର୍ବୀ ଦିପାଲି ଚୌଧୁରୀ ଓ ବାଲେଶ୍ୱରର ଗୁରୁ ସୁବ୍ରତ ଗିରି ଏହି ଦୁଇଦିନ ମୂଲ୍ୟାୟନ ଦାୟିତ୍ୱରେ ଥିଲେ । ୨୫ ତାରିଖରେ ବିଶିଷ୍ଟ ଅଭିନେତା କୃଷ୍ଣଚନ୍ଦ୍ର ମିଶ୍ର ଓ ୨୬ ତାରିଖରେ ବ୍ରିଟ୍ ଚେୟାରମ୍ୟାନ୍ ଶ୍ରୀ ଆଲୋକ କୁମାର ସାହୁ ଓ ଏଡ଼ଭୋକେଟ୍ ସୁଧାଂଶୁ ଶେଖର ଦାସ ପ୍ରତିଯୋଗିତା ଉଦ୍‌ଘାଟନ କରିଥିଲେ । ‘କଳାକାର’ର ସଭାପତି ସୁରଞ୍ଜନ ଦାସମହାପାତ୍ରଙ୍କ ନେତୃତ୍ୱରେ ସଂପାଦକ ଇଂ. ଶ୍ରୀତମ୍ କୁମାର ସିଂହ, କାର୍ଯ୍ୟକାରୀ ସଭାପତି ଅଧ୍ୟାପକ ସୌମ୍ୟରଂଜନ ପ୍ରଧାନ ତଥା ସଭ୍ୟ କମଲ କିଶୋର ଗିରି, ଅମର ଗୋଚ୍ଛାୟତ, ଦିବ୍ୟମାନସ ଚଣ୍ଡ, ମାନସ ବିଶ୍ୱାଳ, ଅନିକେତ୍ କାନୁନ୍‌ଗୋ, ପ୍ରଦ୍ୟୁମ୍ନ ମହାଳିକ, ବର୍ଷାରାଣୀ ପଣ୍ଡା, ମନସା ପ୍ରିୟଦର୍ଶିନୀ, ବର୍ଷାରାଣୀ ମହାନ୍ତି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  (ସିନିୟର୍ ବିଭାଗ) – ଭାଗ୍ୟବାନ ଦାସ, ଗୌତମ କୁମାର ବାରିକ, ଅନୁରାଧା ପତି ଯଥାକ୍ରମେ ୧ମ, ୨ୟ ଓ ୩ୟ ସ୍ଥାନ ତଥା ଶୁଭପ୍ରଦା ଦାସ ଚେୟାରମ୍ୟାନ୍ ସ୍ୱତନ୍ତ୍ର ପୁରସ୍କାର । (ଜୁନିଅର ବିଭାଗ) -ତପସ୍ୟା ମିଶ୍ର, ରିତିକା ମହାପାତ୍ର, ପଙ୍କଯାକ୍ଷୀ ସାହୁ ଯଥାକ୍ରମେ ୧ମ, ୨ୟ ଓ ୩ୟ ତଥା ତନିସା ଦାସ ଚେୟାରମ୍ୟାନ୍ ସ୍ୱତନ୍ତ୍ର ପୁରସ୍କାର । ସମ୍ବଲପୁରୀ ନୃତ୍ୟ (ସିନିୟର୍ ବିଭାଗ) – ପ୍ରିୟମ୍ବଦା ରାୟ, ଜ୍ୟୋତିର୍ମୟୀ ଦାଶ, ସମୃଦ୍ଧି ଶ୍ରୀୟା ଯଥାକ୍ରମେ ୧ମ, ୨ୟ ଓ ୩ୟ ତଥା ଚେୟାରମ୍ୟାନ୍ ସ୍ୱତନ୍ତ୍ର ପୁରସ୍କାର ଅର୍ପିତା ଦତ୍ତ । (ଜୁନିଅର ବିଭାଗ) – ରିତିକା ମହାପାତ୍ର, ନିକିତା ବିନ୍ଧାଣୀ, ରଶ୍ମିତା ଦାସ ଯଥାକ୍ରମେ ୧ମ, ୨ୟ, ୩ୟ ତଥା ଚେୟାରମ୍ୟାନ୍ ସ୍ୱତନ୍ତ୍ର ପୁରସ୍କାର ସୁଶ୍ରୀତା ସେନ୍ । ଦେଶାତ୍ମବୋଧକ ନୃତ୍ୟ (ସିନିୟର୍ ବିଭାଗ) – ମଧୁସ୍ମିତା ସିଂହ, ପ୍ରତୀକ୍ଷା ବେହେରା, ଅର୍ପିତା ଦତ୍ତ ଓ ସମୀକ୍ଷା ପାତ୍ର ୧ମ, ୨ୟ ଓ ଯୁଗ୍ମ ଭାବରେ ୩ୟ ସ୍ଥାନ ପାଇଥିବାବେଳେ ସ୍ୱତନ୍ତ୍ର ପୁରସ୍କାର ଜ୍ୟୋତିର୍ମୟୀ ଦାସ ପାଇବେ । (ଜୁନିଅର ବିଭାଗ) – ଶ୍ରୀୟା କର, ରିତିକା ମହାପାତ୍ର ଓ ବୈଷ୍ଣବୀ ମହାରଣା, ଶୁଭସ୍ମିତା ସିଂହ ଯଥାକ୍ରମେ ପ୍ରଥମ, ଯୁଗ୍ମ ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବାବେଳେ ସ୍ୱତନ୍ତ୍ର ପୁରସ୍କାର ପାଇବେ ହରପ୍ରିୟା ପଣ୍ଡା । ଅକ୍ଟୋବର ୨୭ ତାରିଖରେ ସମସ୍ତଙ୍କ ରୌପ୍ୟଜୟନ୍ତୀ ଉଦ୍‌ଯାପନ ଉତ୍ସବରେ ଗାନ୍ଧିସ୍ମୃତି ଭବନ ମଞ୍ଚରେ ପୁରସ୍କୃତ କରାଯିବ ବୋଲି ସଭାପତି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ