ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।ଯୁବ ରେଡ଼କ୍ରସ ଓ ଜାତୀୟ ସେଆ ବା ଯୋଜନା ଦ୍ୱାରା ମିଳିତ ଭାବେ ଏହି ରକ୍ତଦାନ ଶିବିର ଆୟୋଜିତ ହୋଇଥିବା ବେଳେ ସମ୍ବାଦ ଆମ ଓଡିଶା ଏଥିରେ ସହଯୋଗ କରିଥିଲାଦିବା ୧0 ଘଟିକା ସମୟରେ ପଞ୍ଚାପୀଢ଼ ମହିଳା ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷା ପ୍ରଣତି ବାରିକ ଫିତାକାଟି ଶିବିରକୁ ଉଦଘାଟନ କରିଥିଲେ ସମ୍ମାନିତ ଅତିଥିରୂପେ ଉପଖଣ୍ଡ ଚିକିତ୍ସାଳୟ ର ଅଧିକ୍ଷକ ଡ଼ଃ ଶିବାଶିଷ ମହାନ୍ତି,ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧକ୍ଷ୍ୟ ଉମେଶ ଅଗ୍ରୱାଲ,ଆମ ଓଡିଶା ସମ୍ବାଦ ର ସଂଯୋଜକ ତଥା ବରିଷ୍ଠ ସାମ୍ବାଦିକ ଉମାଶଙ୍କର ଦାସ, ଯୁବ ରେଡ଼କ୍ରସ ର ସଂଯୋଜକ ମାନସ ବେହେରା ପ୍ରମୁଖ ଯୋଗଦେଇଥିଲେଏହି ରକ୍ତଦାନ ଶିବିର ରେ ମୋଟ ୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା କରଞ୍ଜିଆ ରକ୍ତ ଭଣ୍ଡାର ର କପିଳେନ୍ଦ୍ର ରାଉତ, ରଜତ ମହାକୁଡ଼, ବିପୁଲ ଭୋଇ,ମାନସ ମହାକୁଡ଼ ଓ ଅନ୍ୟ କର୍ମଚାରୀ ମନେ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ