ଧର୍ମପ୍ରାଣା ପଦ୍ମାବତୀଙ୍କ ବିୟୋଗରେ ଶୋକ
ବାଲେଶ୍ୱର, (ସରୋଜ ପଣ୍ଡା) :-ସଦର ବ୍ଲକ ଅନ୍ତର୍ଗତ ଭୀମପୁର ଗ୍ରାମର ଆଦର୍ଶ ଶିକ୍ଷକ ସ୍ୱଗର୍ତ ଗୋଲକ ନାରାୟଣ ଦାସଙ୍କ ପତ୍ନୀ ଧର୍ମପ୍ରାଣା ପଦ୍ମବତୀ ଦାସଙ୍କର ୮୬ ବର୍ଷ ବୟସରେ ବୁଧବାର ପରଲୋକ ହୋଇଯାଇଛି । ଦୁଇବର୍ଷ ପୂର୍ବରୁ ସାନପୁତ୍ର ସୁମନ୍ତର ଅକାଳ ବିୟୋଗରେ ଅତ୍ୟନ୍ତ ମ୍ରିୟମାଣ ହୋଇ ପଡ଼ିଥିଲେ । ପୁତ୍ର ଚାଲିଯିବା ଦୁଃଖ ସାଙ୍ଗକୁ ବୟସାଧିକ ବ୍ୟାଧିରେ ପୀଡ଼ିତ ହୋଇ ଗତ କିଛିଦିନ ଧରି ସେ ଭୁବନେଶ୍ୱରରେ ବଡ଼ପୁଅ ଇଂ ସୁଶାନ୍ତ କୁମାର ଦାସ ଓ ମଧ୍ୟମ ପୁତ୍ର ସୁକାନ୍ତ କୁମାର ଦାସଙ୍କ ସହ ରହୁଥିଲେ । ଆଜି ଅବସ୍ଥା ସଙ୍କଟାପନ୍ନ ହେବା ସହ ସକଳେ ପ୍ରାୟ ୮.୩୦ରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ଦୁଇପୁଅଙ୍କ ସମେତ ପୁତ୍ରବଧୁ ପୁଷ୍ପିତା ଦାସ, ନୀଳିମା ଦାସ ଓ ନାତି ନାତୁଣୀମାନେ ତାଙ୍କ ପାଖରେ ଉପସ୍ଥିତ ଥିଲେ । ମୃତଶରୀର ଅପରାହ୍ଣରେ ଭୀମପୁର ବାସଭବନରେ ପହଞ୍ଚିବା ପରେ ଆତ୍ମୀସଜ୍ଜନ, ସମ୍ପର୍କୀୟ ବନ୍ଧୁବାନ୍ଧବଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ । ଏକ ଶୋକାକୂଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବଡ଼ପୁତ୍ର ସୁଶାନ୍ତ ମୁଖାଗ୍ନି ଦେଇଛନ୍ତି । ଜଣେ ଆଦର୍ଶବାଦୀ, ଦରଦୀ, ମେଳାପୀ ତଥା ଧର୍ମପ୍ରାଣା ମହିଳା ଭାବେ ପଦ୍ମାବତୀଙ୍କ ବିୟୋଗରେ ସମଗ୍ର ଭୀମପୁରରେ ଶୋକର ଛାୟା ଖେଳି ଯାଇଛି ।


