କୋଣାର୍କ ରଜ ଉତ୍ସବ ଦିତୀୟ ଦିବସ : ଭଗବତୀଙ୍କ ପୀଠ ଉନ୍ନତି ପାଇଁ ଦୁଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି

କୋଣାର୍କ, (ଜ୍ୟୋସ୍ନା ରାଣୀ ପ୍ରସାଦ) :-ଅର୍କଶ୍ରୀ ପକ୍ଷରୁ ଆୟୋଜିତ କୋଣାର୍କ ରଜ ଉତ୍ସବର ଦ୍ୱିତୀୟ ଦିନରେ ମା ଭଗବତୀଙ୍କ ପୀଠରେ ପ୍ରବଳ ଜନସମାଗମ ପରିଲିକ୍ଷିତ ହୋଇଥିଲା । ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ରଜ ଉତ୍ସବର ଦ୍ୱିତୀୟ ଦିନରେ ଆଜି ଭଗବତୀପୀଠ ଚଳଚଞ୍ଚଳ ହେଇ ଉଠିଥିଲା । ଲୋକମାନେ ବହୁ ଦୂର ଦୁରାନ୍ତରୁ ଆସି ରଜ ଦୋଳି ଖେଳିବା ସହ ଝୋଟି, ମେହେନ୍ଦି, ଲଡୁ, ତାସ, କାନ୍ଦଣା, ହୁଳହୁଳି ଓ କୁଇଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ମଉଜ କରିଥିଲେ । ବିଶେଷକରି ଝିଅ ମାନଙ୍କ ମଧ୍ୟରେ ସୁସଜ୍ଜିତ ହୋଇଥିବା ରଜ ଦୋଳି ଖେଳିବା ସହ ଦୋଳି ସହ ସେଲଫି ଓ ଫୋଟୋ ଉଠାଇବା ପାଇଁ ପ୍ରବଳ ପ୍ରତିଯୋଗୀତା ଦେଖିବାକୁ ମିଳିଥିଲା। ଦିନ ତମାମ ଭଜନ ପରିବେଷଣ, ସଙ୍କୀର୍ତ୍ତନ, ନୃତ୍ୟ ଗୀତ ର ମଜା ସହ ନାନା ପ୍ରକାର ଖାଦ୍ୟ ଖାଇବା ମଜା ନେଉଥିବା ଦେଖିବାକୁ ମିଳୁଛି। ମଧ୍ୟାହ୍ନରେ ଅଭିନେତା ଚନ୍ଦନ କର ରଜ ଉତ୍ସବରେ ପହଞ୍ଚି ଲୋକ ମାନଙ୍କୁ ଉତ୍ସାହିତ କରିବା ସହ ନିଜର ଆଗାମୀ ଓଡ଼ିଆ ସିନେମା ଉପରେ ମତବ୍ୟକ୍ତ କରିଥିଲେ । ତାଂକ ସହ ସେଲ୍ଫୀ ନେବା ସହ ଯୁବପିଢୀ ମଜା କରିଥିଲେ । ଦିତୀୟ ଦିବସର ସନ୍ଧ୍ୟା କାର୍ଯ୍ୟକ୍ରମରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମାନ୍ୟବର କ୍ରୀଡା, ପ୍ରଯୁକ୍ତି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା, ରେଡ଼ିଓ ନମସ୍କାର ଅଧକ୍ଷ ଶାହା ଅନସାରୀ, ଗୋପାଳ ବେହେରା, ତ୍ରିବିକ୍ରମ ମହାପାତ୍ର ଙ୍କ ସମେତ ଅନେକ ଅତିଥି ଯୋଗ ଦେଇ ପୁରୁଣା କଳା ସଂସ୍କୃତି ଉଜିବିତ ରଖିବା ପାଇଁ ପ୍ରୟାସ ଜାରି କରିଥିବା ଅର୍କଶ୍ରି ଅନୁଷ୍ଠାନକୁ ପ୍ରଶଂସା କରିଥିଲେ। ସ୍ଥାୟୀ ସଭା ମଣ୍ଡପ, ପାର୍କିଂ ବ୍ୟବସ୍ଥା ସହ ଭଗବତୀଙ୍କ ପୀଠ ଉନ୍ନତି ପାଇଁ ଦୁଇ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଦେଇଥିଲେ। ଚଳିତ ବର୍ଷ “ଅର୍କପ୍ରଭା” ସଂମାନରେ ଶ୍ରୀମତୀ ମିନାକ୍ଷୀ ପୃଷ୍ଟି ଙ୍କୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅର୍କଶ୍ରୀର ସମ୍ପାଦକ ଉମେଶ ଚନ୍ଦ୍ର ସ୍ୱାଇଁ ଅଧକ୍ଷତା କରିଥିବା ବେଳେ ପ୍ରତାପ ରାଉତ, ସୁରେଶ୍ ସ୍ଵାଇଁ, ଗନ୍ଧର୍ବ ସେନାପତି ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ