ଆଇନଜୀବୀ ଲଲାଟେନ୍ଦୁ ନାୟକଙ୍କ ଅକାଳ ବିୟୋଗ

ଗଂଜାମ, (ବିନୋଦ ପଲାଇ) :-ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମ ନିବାସୀ ଆଇନଜୀବୀ ଲଲାଟେନ୍ଦୁ ନାୟକଙ୍କ ଅକାଳ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସ୍ଵର୍ଗତ ଶ୍ରୀ ନାୟକ ଖଲ୍ଲିକୋଟ ବାର ଆସୋସିଏସନ ସଦସ୍ୟ ଥିବା ସଙ୍ଗେ ସଙ୍ଗେ ସଦା ଢ଼ାବା ପରିଚାଳନା ସହ ଅନ୍ୟାନ୍ୟ ବ୍ୟବସାୟରେ ସମ୍ପୃକ୍ତ ଥିଲେ । ସେ ଜଣେ ମିଷ୍ଟାଭାସି, ପରୋପକାରୀ ଭାବରେ ଅଂଚଳରେ ଜଣେ ଜଣାଶୁଣା ବ୍ୟକ୍ତି ଥିଲେ ।ତାଙ୍କର ଅକାଳ ବିୟୋଗରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପୂର୍ବତନ ବିଧାୟକ, ଏନ.ନାରାୟଣ ରେଡ଼ି, ଗଞ୍ଜାମ ବ୍ଲକ ପୂର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ, ବରିଷ୍ଠ ଆଇନଜୀବୀ ବିଷ୍ଣୁ ମୋହନ, ଅରୁଣ ବିଶ୍ୱାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁଧୀର କୁମାର ବିଶ୍ବାଳ, ପୂର୍ବତନ ସରପଞ୍ଚ ଜୟସେନ ପ୍ରଧାନ, କେଦାର ନାଥ ସ୍ୱାଇଁ, ଶିକ୍ଷାବିତ ଶ୍ରୀ ବାନାମ୍ବର ପଲେଇ, ଇନ୍ଦ୍ରମଣି ଦଳେଇ ଗଭୀର ଦୁଃଖ ପ୍ରକାଶ କରିବା ସଙ୍ଗେ ସଙ୍ଗେ ପରିବାରର ଆତ୍ମୀୟ ସ୍ଵଜନଙ୍କୁ ସମବେଦନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ