କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ମହେନ୍ଦ୍ରଗିରିରେ ଏଥର ବି ହେବନି ଜାଗର ଯାତ୍ରା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-କରୋନାର ପ୍ରଥମ ଲହରକୁ ଦୁଇ ବର୍ଷ ବିତିଯାଇଛି । ଇତି ମଧ୍ୟରେ ଯେତେ ସବୁ ପୂଜାପର୍ବ, ପର୍ବାଣୀ ପଡିଛି ସବୁକୁ କଟକଣା ଜାରି କରି ବନ୍ଦ ବା ଆଂଶିକ କହୋଳ କରି ପୂଜାର୍ଚ୍ଚନା ହେଉଛି । ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଠାରେ ଜାଗର ଯାତ୍ରାରେ ଜନସମାଗମକୁ ବାରଣ କରିଛନ୍ତି ଜିଲ୍ଲାପ୍ରଶାସନ । ଜିଲ୍ଲା ପ୍ରଶାସନର ଏ ନେଇ ଏକ ପ୍ରେସ୍ ବିବୃତ୍ତି ଜାରି କରି ସୂଚନା ଦେଇଛି ଯେ, ଆସନ୍ତା ଚଳିତ ମାସ ୨୭ ତାରିଖ ଠାରୁ ମାର୍ଚ୍ଚ ୨ତାରିଖ ପର୍ଯ୍ୟନ୍ତ ମହେନ୍ଦ୍ରଗିରି ଶିଖରର ସମସ୍ତ ପ୍ରବେଶପଥକୁ ବନ୍ଦ କରିଦିଆଯିବ । ଏହି ଧାର୍ଯ୍ୟ ଦିନମାନଙ୍କରେ ଭକ୍ତ ବା ଶ୍ରଦ୍ଧାଳୁମାନଙ୍କ ପ୍ରବେଶକୁ ନିଷେଧ କରାଯାଇଛି । ଏହା ଜନସ୍ୱାର୍ଥ ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବାର ସୂଚନା ପ୍ରଦାନ କରାଯାଇଛି ।


