ଭିନ୍ନକ୍ଷମଙ୍କ ମତଦାନରେ ଜାଲିଆତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ମତଦାନ କାଶୀନଗର ଓ ଗୁମ୍ମା ବ୍ଲକରେ ହୋଇଯାଇଛି । ଏହି ନିର୍ବାଚନରେ ଭୋଟଗ୍ରହଣ ବେଳେ ର‌୍ୟାଗିଙ୍ଗ୍ ହୋଇଥିବା ସ୍ପଷ୍ଟ ହୋଇଛି । ଜିଲ୍ଲାର ଜଣେ ଭିନ୍ନକ୍ଷମ ବ୍ୟକ୍ତି ବହୁ ପରିଶ୍ରମ କରି ଭୋଟ ଗ୍ରହଣ କେନ୍ଦ୍ରକୁ ଆସିଥଲେ । ହେଲେ ନିଜର ଭୋଟର ପରିଚୟ ପତ୍ର ସମେତ ଅନ୍ୟାନ୍ୟ ପ୍ରମାଣପତ୍ର ଦେଖାଇଇ ମତସାବ୍ୟସ୍ତ କରିବାପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କରି ଭୋଟ ପୂର୍ବରୁ ଦିଆ ଯାଇସାରିଥିବା କୁହାଯାଇଥିଲା । ଏଥିରେ ଭିନ୍ନକ୍ଷମ ଅତ୍ୟନ୍ତ ଦୁଃଖ ପ୍ରକାଶ କରି ନିରାଶ ହୋଇ ବାଧ୍ୟହୋଇ ଫେରିଥିଲେ । ଏପରି ଏକ ଚିତ୍ର ମଙ୍ଗଳବାର ଅନୁଷ୍ଠିତ ହୋଇଥିବା କାଶୀନଗନର ବ୍ଲକ ଅନ୍ତର୍ଗତ ଖାଣ୍ଡବା ପଞ୍ଚାୟତର ୧୩ ନମ୍ବର ବୁଥର କହ୍ନେଇଗୁଡା ଗ୍ରାମର ସାନିଆ ଶବର ଭଳି ଜଣେ ଭିନ୍ନକ୍ଷମଙ୍କ କ୍ଷେତ୍ରରେ ଦେଖାଦେଇଛି । ସେ ମଙ୍ଗଳବାର ସକାଳ ୬ଘଣ୍ଟାରୁ ଭୋଟ ଦେବାକୁ ୪୩ବର୍ଷିୟ ସାନିଆ ବୁଥ ନିକଟରେ ନ ଖାଇ ନ ପିଇ ନିଜ ରାସ୍ନକାର୍ଡ ମନ୍ୱର ୮୬୪୫୫୭୦୪୩୨୮୨ ଏବଂ ଭୋଟର ପରିଚୟ ପତ୍ର ନମ୍ବର ଜିଜେଡ୍‌ଆର୍ ୧୪୨୭୯୩୯ ଧରି ଅପେକ୍ଷା କରିଥିବା ବେଳେ ତାଙ୍କ ଭୋଟ ଆଉ ଜଣେ ଦେଇଥିବା ଅଭିଯୋଗ ଆଣିଛନ୍ତି । ନା ତାଙ୍କ ହ।ତରେ ନିର୍ବାଚନ କାଳି ଲାଗିଛି ନା ସେ ଭୋଟ ଦେଇଛନ୍ତି । ଅନେକ ଅନୁରୋଧ କରିବା ପରେ ମଧ୍ୟ ତାଙ୍କ କଥାକୁ କେହି କର୍ଣ୍ଣପାତ କରିନଥିଲେ । ଏହାକୁ ନେଇ ସେ ଚ୍ୟାଲେଞ୍ଜ କରିବା ପାଇଁ ନିର୍ଦ୍ଧିଷ୍ଟ ଫର୍ମ ଭରି ଦସ୍ତଖତ କରି ପ୍ରିଜାଇଡିଂ ଅଫିସରଙ୍କୁ ଲେଖିଥିଲେ । କିନ୍ତୁ ତାଙ୍କ ଦସ୍ଖତ ଗ୍ରହଣ କରିନଥିଲେ ଅଫିସର ଜଣକ । ଖୋଦ କାଶୀନଗର ସେକ୍ଟର ଅଫିସର ପହଂଚି ସାନିଆଙ୍କ ସହ କଥା ହୋଇ ବୁଥକୁ ଯାଇଥିଲେ । କିନ୍ତୁ ପ୍ରିଜାଇଡିଂ ଅଫିସର ନିଜ କାମ ସାରି ଦେଇଥିବାରୁ ସେ କିଛି କରିପାରିବେ ନାହିଁ ବୋଲି କହିଥିଲେ । ଏହାକୁ ନେଇ ସେପଟେ କିଛି ସମୟପାଇଁ ବୁଥରେ ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ବୁଥ ଏଜେଣ୍ଟ ସହମତି ହେବାରୁ ପୁଲିଂ ପର୍ସନାଲ ଚାଲିଗଲେ । ଏହାପରେ ସାନିଆ ନିଜ ଗ୍ରାମକୁ ଚାଲିଗଲେ । ମୁକ୍ତ ଅବାଧ ନିର୍ବାଚନ ଭଳି ସଚେତନତା କରାଉଥିବା ସରକାର ଓ ପ୍ରଶାସନ ଏଭଳି କ୍ଷେତ୍ରରେ କଣ ପଦକ୍ଷେପ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ