ଗଣଶିକ୍ଷା ମନ୍ତ୍ରୀ ଙ୍କୁ ଦାବିପତ୍ର ଦେଲେ ଓଡିଶା ଡ୍ରାଇଭର ସଂଘ

ନିମାପଡ଼ା, (ସନ୍ତୋଷ ଦାଶ) :-ରାଜ୍ୟ ରେ ଡ୍ରାଇଭର ମାନେ ଅବହେଳିତ ହୋଇ ଆସୁଥିବାବେଳେ ଡ୍ରାଇଭର ସଂଘ ପକ୍ଷରୁ ଏ ସମ୍ପର୍କରେ ବାରମ୍ବାର ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି । କିନ୍ତୁ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଡ୍ରାଇଭର ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ସେମାନଙ୍କ ଜୀବନ ଜୀବିକା, ସାମାଜିକ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଡ୍ରାଇଭର ମହାସଂଘ ପକ୍ଷରୁ ୩୦ ଜିଲ୍ଲା ର ଜିଲ୍ଲାପାଳ ଙ୍କୁ ଦାବୀପତ୍ର ଦିଆଯାଇ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଥିଲା । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଓଡିଶା ଡ୍ରାଇଭର ମହାସଂଘ ନିମାପଡା ଶାଖା ପକ୍ଷରୁ ଏକ ଦାବିପତ୍ର ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କୁ ପ୍ରଦାନ କରା ଯାଇଛି । ସଂଘ ସଭାପତି ମାନସ ବାରିକ, ଉପ ସଭାପତି ଶୁକ ଦେବ ବେହେରା, ପ୍ରଶାନ୍ତ ଜେନା ଙ୍କ ନେତୃତ୍ଵ ରେ ନିମାପଡା ଓ ଗୋପ ଅଞ୍ଚଳର ଶତାଧିକ ଡ୍ରାଇଭର ମନ୍ତ୍ରୀ ଶ୍ରୀ ଦାଶ ଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ